ବାରଙ୍ଗ ତା ୯.୦୨.୨୦୨୧ (ସଂଯୋଗ ଟୁଡେ)ବାରଙ୍ଗ ବ୍ଲକର ତ୍ରିଶୂଳିଆ ଗ୍ରାମରେ ଗାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାର ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ତଥା ତ୍ରିଶୂଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ଏସୟୁସିଆଇ(ସି) ପକ୍ଷରୁ ବାରଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ସ୍ଥଳରେ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଭିରାମ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ତୈାଲକ୍ୟ ରାଉତ, ନିରୁପମା ଭୋଇ, ଆରତି ସାସମଲ, ରାଜେନ୍ଦ୍ର ରାଉତ, ରାଜେଶ ରାଉତ ପ୍ରମୂଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବକ୍ତା ମାନେ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହ କହିଥିଲେ କି, ବାରଙ୍ଗ ବ୍ଲକର ତ୍ରିଶୂଳିଆ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ବନ୍ଦୋବସ୍ତ ଆଜି ପର୍ଯ୍ୟନ୍ତ କରାଯାଇନାହିଁ । ବାଧ୍ୟ ହୋଇ ସ୍ଥାନୀୟ ଜନଗଣ କୂଅ ଓ ନଳକୂଅର ପାଣିକୁ ବ୍ୟବହାର କରୁଛନ୍ତି । ଯାହାକି ପାନୀୟ ଉପେଯାଗୀ ନୁହେଁ । ସେହି ପାଣିରେ ଆଇରନ୍ ର ଭାଗ ଅତିରିକ୍ତ ମାତ୍ରାରେ ରହୁଛି । ଅଧିକାଂଶ ସମୟରେ ସେଠାରେ ଜଣ୍ଡିସ ଭଳି ରୋଗରେ ଜନଗଣ ସଂକ୍ରମିତ ହୋଉଛନ୍ତି । ଗାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ସେଠାରେ ପହଞ୍ôଚ ପାରିନାହିଁ । ଏଥିସହ ସେଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉପସ୍ଥାନ କମ ଥିବା ଆଳରେ ବନ୍ଦ କରିବାର ନିଷ୍ପତ୍ତି ସରକାର ଗ୍ରହଣ କରିଛନ୍ତି । ୬/୭ ବର୍ଷର କୋମଳମତି ପିଲାମାନେ ତ୍ରିଶୂଳିଆର ମାରାତ୍ମକ ଟ୍ରାଫିକକୁ ପାର ହୋଇ ନରଣପୁର ପ୍ରାଥମିକ ବିଦ୍ୟାଳୟକୁ ଯିବା କେବଳ ବିପଦ ଶଙ୍କୁଳ ନୁହେଁ ଆଗାମୀ ଦିନରେ ଏହାଫଳରେ ବେଦନାଦାୟକ ଘଟଣା ଯେ ଘଟିବନି; ଏକଥାକୁ ଏଡାଇ ହେବ ନାହିଁ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ତୁରନ୍ତ ଦାବି ପୁରଣ ପାଇଁ ଆନ୍ଦୋଳନକାରୀ ମାନେ ଦାବି କରିଥିଲେ ଅନ୍ୟଥା ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଥିଲେ । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
ବାରଙ୍ଗ ରୁ ସାରଙ୍ଗ ପୃଷ୍ଟି ଙ୍କ ରିପୋର୍ଟ ସଂଯୋଗ ଟୁଡେ