ଏହି କାମ କଲେ ଆମେ ବୁଢା ସମୟରେ ବି ଆକ୍ଟିଭ ରହିବା

ଆଜ୍ଞାଚକ୍ର ରେ ଧ୍ୟାନ ର ଉପକାରିତା ଆଜ୍ଞା ଚକ୍ରର , ଦୁଇ ଭୁରୁ ମଧ୍ୟରେ, ଦେଢ ଇଂଚ ଭିତରେ "ପିନିୟାଲ " ଗ୍ଲାଣ୍ଡ ଅବସ୍ଥିତ । ଏଇଟି ଅଧ ସେ.ମି. ଲମ୍ବରେ , ୨୦-୨୫ ଗ୍ରାମ ଓଜନ । ଆମେ ଯେତେବେଳେ, ଆଜ୍ଞା ଚକ୍ର ରେ ଧ୍ୟାନ କରୁ, ସେତେବେଳେ, ପିନିୟାଲ ଗ୍ଲାଣ୍ଡ ଉତ୍ତେଜିତ ହୋଇ ଗୋଟିଏ କ୍ଷରଣ ସୃଷ୍ଟି କରେ, ଯାହାକୁ କୁହନ୍ତି, " ମେଲାଟନିନ୍" (Melatonin)। ଏଇ ମେଲାଟନିନ୍ କ୍ଷରଣ ଫଳରେ, ଶରୀର ର କୋଷ ଗୁଡିକ ଧଂସର ହାତରୁ ରକ୍ଷା ପାଏ । ପ୍ରତିଥର ଆମେ ୨,୧୬୦୦ ଥର ନିଶ୍ୱାସ- ପ୍ରଶ୍ୱାସ ନେଉ । ତା'ର ଫଳରେ ଶରୀରର କୋଷ ଗୁଡିକ ଯେ ଧ୍ୱଂସ ହୁଏ, ତା'ର ହାତରୁ ରକ୍ଷା ପାଇବାକୁ , ପିନିୟାଲ ଗ୍ଲାଣ୍ଡ କୁ ନିୟମିତ ଉତ୍ତେଜିତ ରଖିବାର , ଅଭ୍ୟାସ ରଖିବା ଭଲ। ଏଇ ପିନିୟାଲ ଗ୍ଲାଣ୍ଡ ର ଆୟୁ ବହୁତ କମ୍ । ଚାଳିଶ ବର୍ଷ ବୟସରେ ଶୁଖି ଯାଏ । ସେତେବେଳେ, ମଣିଷର ଜୀବନରେ ଅକାଳ ବାର୍ଦ୍ଧକ୍ୟ ଓହ୍ଲାଇ ଆସେ । ସେଥିପାଇଁ, ଅଳ୍ପ ବୟସ ରୁ ହିଁ, ଶ୍ରୀଶ୍ରୀ ଠାକୁର, ଦୀକ୍ଷା ର କଥା କହିଛନ୍ତି । ନାମ ଦ୍ବାରା ଏଇ ପିନିୟାଲ ଗ୍ଲାଣ୍ଡ କୁ ସକ୍ରିୟ ରଖିଲେ, ଏହାର ଆୟୁ ବଢିଯାଏ । ବାର୍ଦ୍ଧକ୍ୟ, ସେତେବେଳେ ବହୁ ଦୂରରେ ଥାଏ ।

ପିନିୟାଲ ଗ୍ଲାଣ୍ଡ, ଆଲୋକ ଏବଂ ଅନ୍ଧାର ଦ୍ଵାରା ନିୟନ୍ତ୍ରିତ ହୁଏ । ସୂର୍ଯ୍ୟ ଉଠିଲେ, ମେଲାଟନିନ୍ କ୍ଷରଣ ବନ୍ଦ ହୋଇଯାଏ । ସେଥିପାଇଁ, ଶ୍ରୀଶ୍ରୀ ଠାକୁର ସୁନ୍ଦର କରି କହିଛନ୍ତି —
।”ଉଷା-ନିଶାରେ ମନ୍ତ୍ର ସାଧନ
ଚଲା-ବୁଲାରେ ଜପ ,
ଯଥା ସମୟେ ଇଷ୍ଟ ନିର୍ଦ୍ଦେଶ
ମୂର୍ତ୍ତ କରାଏ ତପ “
ନାମ-ଧ୍ୟାନ କରିବାର ଫଳରେ, ପିନିୟାଲ ଗ୍ଲାଣ୍ଡ ଯେଉଁ କ୍ଷରଣ ହୁଏ, ସେଥିରେ ସ୍ମୃତି ଶକ୍ତି ବଢିଯାଏ। ଶରୀରରେ ପ୍ରତି ରୋଧ କ୍ଷମତା ବି ବଡେ । ରକ୍ତ ର ଉର୍ଦ୍ଧ୍ବ ଚାପ ହୁଏନା ।
ସେଥିପାଇଁ, ଶ୍ରୀଶ୍ରୀ ଠାକୁର କହିଛନ୍ତି — ଧ୍ୟାନ ଟା କର, ଧ୍ୟାନରେ ଯାହା ଚିନ୍ତା କରିବ , ତାହା ହିଁ ପାଇବ। ନାମ କର , ହରିର ନାମ କର, ଶରୀର ରେ ଦିନକୁ ଦିନ ବଳ ହୋଇ ଉଠିବ , ତା’ ପାଇଁ ଭାବନା କ’ଣ ,?
( ସଂଗୃହୀତ )

ହୋଲି ର ସୁଭକାମନା

ପବିତ୍ର ଦୋଳଯାତ୍ରା ଓ ହୋଲି ଉପଲକ୍ଷେ ଓଡିଶା ତଥା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇବା ସହ ସମସ୍ତ ଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି , କୋରନା ର ଘଡିସନ୍ଧି ମୁହୂର୍ତ୍ତ ଏହି ପରିପ୍ରେକ୍ଷୀରେ ଆମେ ଅତ୍ୟନ୍ତ ସତର୍କତା ର ସହ ଏହି ଉତ୍ସବ କୁ ସରକାରୀ ନିୟମ ମାନି ପାଳନ କରିବା କୁ ଆପଣ ମାନଙ୍କୁ ଅନୁରୋଧ କରୁଛି ।

ଶ୍ରୀଯୁକ୍ତ ପବିତ୍ର ପାତ୍ର ପ୍ରଥମ ସେବକ ରଘୁନାଥ ପୁର ଗ୍ରାମ ପଞ୍ଚାୟତ ତଥା ଓଡ଼ିଶାର ସୁପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ରାଜଧାନୀ ଅପେରା ର ପ୍ରତିଷ୍ଠାତା

ସତ୍ୟାନୁସରଣ

0

ଯେଉଁ ସାଧନା କରିଲେ ଦୃଦୟରେ ପ୍ରେମ ଆସେ , ତାହାହିଁ କର, ଆଉ ଯେଉଁଥିରେ କ୍ରୂରତା, କଠୋରତା, ହିଂସା ଆସେ ତାହା ଆପାତତଃ ଲାଭଜନକ ହେଲେ ମଧ୍ୟ ତା ‘ ପାଖକୁ ଯାଅନାହିଁ ।

ତୁମେ ଯଦି ଏପରି ଶକ୍ତି ଲାଭ କରିଥାଅ ଯାହାଦ୍ଵାରା ଚନ୍ଦ୍ର – ସୂର୍ଯ୍ୟ କକ୍ଷଚ୍ୟୁତ କରିପାର, ପୃଥିବୀ ଭାଙ୍ଗି ଟୁକୁରା – ଟକୁରା କରିପାର ବା ସମସ୍ତଙ୍କୁ ଐଶ୍ୱର୍ଯ୍ୟଶାଳୀ କରି ଦେଇପାର , କିନ୍ତୁ ଯଦି ହୃଦୟରେ ପ୍ରେମ ନ ଥାଏ, ତେବେ ତୁମର କିଛି ବି ହୋଇନାହିଁ ।

~ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର

କୋଭିଡ ଟୀକା କରଣ କେନ୍ଦ୍ର ପରିଦର୍ଶନ କଲେ ଭୁବନେଶ୍ବର ସାଂସଦ

ଭୁବନେଶ୍ବର ୨୧ / ୩ / ୨୦୨୧ (ସଂଯୋଗ ଟୁଡେ) ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଦେଶ କ୍ରମେ ଆଜି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତାଷଡ଼ଙ୍ଗୀ ମହୋଦୟା ଆଜି Capital Hospital ରେ କୋଭିଡଟୀକାକରଣକେନ୍ଦ୍ର ପରିଦର୍ଶନ କରି ସମସ୍ତ ବିଷୟ ପଚାରି ବୁଝିଲେ

ଏହି ଅବସରରେ Hospital ର ନିର୍ଦ୍ଧେଶକ ଏବଂ Deputy Superintendent ସହ ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ

ମହଙ୍ଗା ହେଉଛି ଖାଇବା ତେଲ

କଟକ : ସଂଯୋଗ ଟୁଡେ ୧୯/୦୩/୨୦୨୧
ଖାଇବା ତେଲ ଦର ୬ ମାସରେ ଦେଢ଼ଗୁଣା ହୋଇଗଲାଣି । ଛଅ ମାସ ତଳେ ପ୍ରାୟ ୧୧୦ ଟଙ୍କାରେ ବିକ୍ରି ହେଉଥିବା ତେଲ ଦାମ ଏବେ ୧୬୦ ଟଙ୍କା ହେଲାଣି । ଏବେ ପ୍ରତିଦିନ ଖାଇବା ତେଲ ଦର ବଢ଼ୁଥିବା ଦେଖାଯାଉଛି । ରୋଷେଇ ଗ୍ୟାସ ଦର ଖୁବ ଜୋରରେ ବଢ଼ିବା ପରେ ଏବେ ଖାଇବା ତେଲର ଦରବୃଦ୍ଧି ନେଇ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଖାଉଟି ।
ରୋଷେଇ ଗ୍ୟାସ ଦର ପରେ ଏବେ ଗ୍ରାହକଙ୍କୁ ବାଧିଛି ଖାଇବା ତେଲଦର । ତୁଳନାତ୍ମକ ଭାବରେ ଦେଖିଲେ ଗତ ୬ ମାସରେ ଖାଇବା ତେଲ ଦର ପ୍ରାୟ ୫୦% ବଢ଼ିଥିବା ଦେଖାଯାଉଛି । ପ୍ରାୟ ପ୍ରତିଦିନ ଖାଇବା ତେଲ ଦାମ କିଛିଟା ବଢ଼ୁଥିବା ବେଳେ ଗତ ୬ ମାସରେ ଦେଢ଼ଗୁଣା ହେଲାଣି ଖାଇବା ତେଲ ଦର ।।

କଳିଯୁଗେ ଏକା ସଦଗୁରୁ ଦୀକ୍ଷା

ବିନା ଗୁରୁରେ ହେ
ଉଦୟ ନୋହିବ ସଦଜ୍ଞାନ,
ଏ ଦୁର୍ଲ୍ଲଭ ତନୁ ଗୁରୁ କୃପାବିନୁ
ମୁକତି ଲଭିଛି କେଉଁ ଜନ |୦|•

ପୂଣ୍ୟ ପୂର୍ଣ୍ଣ ବଳେ ଗୁରୁ ଦୀକ୍ଷା ନେଲେ
ଚଣ୍ଡାଳ ବ୍ରହ୍ମଣ ଯେତେ ଜନ,
ଆପେ ତରିଯିବ ଅନ୍ୟକୁ ତାରିବ
ଚଉଦ ପୁରୁଷ ଉଦ୍ଧାରଣ |୧|•

କଳିଯୁଗେ ଏକା ସଦଗୁରୁ ଦୀକ୍ଷା
ନବଜନ୍ମ ପାଏ ପିଣ୍ଡ ପ୍ରାଣ,
କନ୍ତେ ଗତି ମୁକ୍ତି ସଭିଏଁ ଲଭନ୍ତି
କରୁଥିଲେ ଇଷ୍ଟ ପଞ୍ଚ କର୍ମ |୨|`

ଧନ ଦାରା ସୂତ ସମର୍ପି ସମସ୍ତ
ଗୁରୁ ପଦେ ନିଅ ହେ ଶରଣ,
ସର୍ବ ଘଟେ ଦେଖ ଓଁ ଗୁରୁ ସ୍ପରୂପ
ଜଗତଟି ବିଶ୍ଵରୂପ ମଣ |୩|•

ସେ ପରମ ବ୍ରହ୍ମ ଆଦି ନାରାୟଣ
ଭକତ ଜୀବ ଜୀବନ ଧନ,
ସଦା ସର୍ବଦା ଜପ ସତନାମ
ପାଇବ ବୈକୁଣ୍ଠରେ ସ୍ଥାନ |୪|•

ବନ୍ଦେ ପୁରୁଷୋତ୍ତମମ୍
🙏•ଜୟଗୁରୁ•🙏

ଅର୍ଥମନ୍ତ୍ରୀ ନିର୍ମଳାସୀତାରମନ ଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତାଷଡ଼ଙ୍ଗୀ ଆଜି କେନ୍ଦ୍ର ବିତ୍ତମନ୍ତ୍ରୀ ଶ୍ରୀମତୀ #ନିର୍ମଳାସୀତାରମନ ମହୋଦୟା ଙ୍କୁ ସାକ୍ଷାତ କରି EPF Pensioners Association,Bank Retirees Federation ଏବଂ Ex-servicemen ଯେଉଁମାନେ ତା 1.1.2006 ରିଖ ପରେ SBI/PSBs ରେ re-emploed ହୋଇଛନ୍ତି ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କଲେ

ଏହି ଅବସରରେ ଆଦରଣୀୟl ବିତ୍ତମନ୍ତ୍ରୀ ମହୋଦୟା ସମସ୍ତ ସମସ୍ୟା ସମାଧାନ ପାଇଁ ସହୃଦୟତା ପ୍ରକାଶ କରିଥିବାରୁ ସାଂସଦ ମହୋଦୟା କୃତଜ୍ଞତା ଜ୍ଞାପନ କରିଛନ୍ତି

ସଂଯୋଗ ସକାଳ ଖବର
ତାରିଖ ୧୫/୦୩/୨୦୨୧,ସୋମବାର

➡️୧-ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ, ବିପଦ ଏବେ ବି ଟଳିନି ।

➡️୨-ଆଜିଠାରୁ ୧୯ଯାଏ ‘କୃଷି ଓଡ଼ିଶା ୨୦୨୧’ ଭୁବନେଶ୍ୱରରେ ୫ ଦିନ ଚାଲିବ ମେଗା କୃଷି ପ୍ରଦର୍ଶନୀ । ମେଗା କୃଷି ପ୍ରଦର୍ଶନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

➡️୩-ବାଂଲାଦେଶ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଆସନ୍ତା ୨୬ରୁ ଦୁଇଦିନିଆ ଗସ୍ତରେ ବାଂଲାଦେଶ ଯାଇ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି।

➡️୪-ଏଣିକି କେଉଁ ଷ୍ଟେସନରେ ପହଂଚିଛି ଟ୍ରେନ, କେତେବେଳେ ଆସିବ ଟ୍ରେନ, ହ୍ଵାଟ୍ସଆପରେ ବି ମିଳିପାରିବ ତଥ୍ୟ,ମୁମ୍ବାଇର ଷ୍ଟାର୍ଟଅପ କମ୍ପାନୀ ରେଲଓଫି(RAILOFY) ସାହାଯ୍ୟରେ ଆପଣ ଟ୍ରେନର ସବୁ ତଥ୍ୟ ପାଇପାରିବେ |ଫୋନରେ ‘+ ୯୧-୯୮୮୨୧୯୩୩୨୨’ ଏହି ନମ୍ବର ସେଭ କରି ନିଜର ୧୦ ଅଙ୍କ ବିଶିଷ୍ଟ ପିଏନଆର ନମ୍ବର ପଠାଇବାର କିଛି ସେକେଣ୍ଡ ବାବଦରେ ଆପଣଙ୍କ ହ୍ଵାଟ୍ସଆପକୁ ସମସ୍ତ ତଥ୍ୟ ଆସିଯିବ |

➡️୫-ଜୁଲାଇ ସୁଦ୍ଧା ବାଲେଶ୍ବରରେ ଏମ୍ସ ସାଟେଲାଇଟ୍‌ ସେଣ୍ଟର ଉଦ୍‌ଘାଟିତ ହୋଇ କାର୍ଯ୍ୟକ୍ଷମ ହେବ। ଏନେଇ ଏମ୍ସର ନିର୍ଦେଶିକା ଡ.ଗୀତାଞ୍ଜଳି ବି.ଙ୍କ ସୂଚନା ।

➡️୬-ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ ପ୍ରସଙ୍ଗ : ଅଭିଯାନକୁ ଆନ୍ଦୋଳନର ରୂପ ଦେବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ,ଭିଡିଓ କନଫରେନ୍‌ସିଂ ଜରିଆରେ ବିଶ୍ବ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା, ସାମିଲ ହେଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

➡️୭-ଆସନ୍ତା ଏପ୍ରିଲ ୧ରୁ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ବିଭିନ୍ନ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମ୍ପୂର୍ଣ୍ଣ ହେବ । ଫଳରେ ଏପ୍ରିଲ ୧ରୁ ଏସବୁ ବ୍ୟାଙ୍କର ଚେକବୁକ, ଆଇଏଫଏସସି ଓ ଏମଆଇସିଆର କୋଡ ଅଚଳ ହୋଇଯିବ । 

➡️୮-ରହସ୍ୟ ଘେରରେ ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ପୋଲିସ କମିଶନର କହିଲେ ମହିଳା ଥାନା ଖୋଜିବ କଙ୍କାଳ କାହାର । 

➡️୯-ଭବ୍ୟ ରାମମନ୍ଦିର ପାଇଁ ଓଡ଼ିଶାରୁ ୪୨କୋଟିରୁ ଅଧିକ ନିଧି ସମର୍ପଣ କରାଯାଇଛି । ଏ ସମ୍ପର୍କରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି।

➡️୧୦-ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ପୁଣି ନକ୍ସଲ-ପୁଲିସ ମୁହାଁମୁହିଁ, ତେବେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ କ୍ୟାଡର ନକ୍ସଲ ଖସି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମିଳିଛି ।

➡️୧୧-ହୀରାଖଣ୍ଡର କଳା ଗହମ । ସମ୍ବଲପୁରରେ ପରୀକ୍ଷାମୂଳକ ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟଜିତ୍ । କର୍କଟ, ମେଦବହୁଳତା ପରି ରୋଗ ପାଇଁ କରାଯାଏ ବ୍ୟବହାର ।

➡️୧୨-କନ୍ଧମାଳ ହଳଦି ପରେ ଏବେ ଆଳୁକୁ ନେଇ ଚର୍ଚ୍ଚା । ପାହାଡି ଆଳୁର ବଢୁଚି ଚାହିଦା, ଡାଇବେଟିସ୍ ରୋଗୀଙ୍କ ପାଇଁ ହେଉଛି ଲୋଡା । 

➡️୧୩-ଛୋଟ ବ୍ୟାପାରୀଙ୍କ ପାଇଁ ଭାରତୀୟ ରେଳବାଇ ଦେଲା ଖୁସି ଖବର – ଶସ୍ତାରେ, ଶୀଘ୍ର ଭାରତର ଯେକୌଣସି ସ୍ଥାନକୁ ମାଲ୍‌ ପଠାଇବା ପାଇଁ ଆରମ୍ଭ ହେଲା ବ୍ୟାପାରମାଲା ଏକ୍ସପ୍ରେସ୍‌ ।

➡️୧୪-ପଶ୍ଚିମବଙ୍ଗରେ ବିଜେପିକୁ ଟକ୍କର ଦେବାକୁ ପ୍ରଚାର ମୈଦାନକୁ ହ୍ୱିଲ ଚେୟାରରେ ଓହ୍ଲାଇଲେ ମମତା । କୋଲକାତାରେ ୫ କିଲୋମିଟର ରୋଡ ଶୋ ।

➡️୧୫-କଳିଙ୍ଗ ଷ୍ଟାଡିୟମ୍‌ରେ ସର୍ବଭାରତୀୟ କଳିଙ୍ଗ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜିତ ହେବା ସମ୍ଭାବନା ରହିଛି।

➡️୧୬-ଜାତୀୟ ଉପକନିଷ୍ଠ ବାଳକ ହକି ପାଇଁ ଓଡ଼ିଶା ଦଳର ହରିୟାଣା ଯାତ୍ରା । ଏହି ପ୍ରତିଯୋଗିତା ଆସନ୍ତା ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

➡️୧୭-ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟ୍ବେଣ୍ଟି-୨୦ ସିରିଜ୍‌, ଭାରତ ୭ ୱିକେଟରେ ବିଜୟୀ। ଇଶାନ କିଶାନ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧ ଶତକ। ସିରିଜ୍‌ ୧-୧ ସ୍ଥିତିରେ ।

➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।

ଶୁଭ ସକାଳ,ସୁପ୍ରଭାତ

ବାରଙ୍ଗ ବ୍ଲକର ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ

0

କଟକ ତା ୦୯.୦୩.୨୦୨୧ ରାଜ୍ୟ ସରକାର ଉପସ୍ଥାନ କମ ଆଳରେ ବାରଙ୍ଗ ବ୍ଲକର ୨୯ଟି ପ୍ରାଥମିକ ବିଦ୍ୟାଳୟ ତଥା ସାରା ରାଜ୍ୟରେ ୧୪୩୭୯ ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ସହ ସେହି ସବୁ ବିଦ୍ୟାଳୟର ଉପଯୁକ୍ତ ସୁରକ୍ଷା ଦାବିରେ ଆଜି କଟକ ଜିଲ୍ଲାପାଳ ଅଫିସ ଆଗରେ ଏଆଇଡିଏସଓ ତଥା ବିଦ୍ୟାଳୟ ସୁରକ୍ଷା କମିଟି, ବାରଙ୍ଗ ବ୍ଲକ ପକ୍ଷରୁ ଛାତ୍ର ଓ ଅଭିଭାବକ ମାନଙ୍କର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ସ୍ଥଳରୁ ସ୍ମାରକ ପତ୍ର କଟକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏଆଇଡିଏସଓ ବାରଙ୍ଗ ଆଂଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇଡିଏସଓ କଟକ ଜିଲ୍ଲା ସଭାପତି ଭାଗ୍ୟରବି ଦାସ, ସମ୍ପାଦକ ବିନୋଦ ସେଠୀ, ବାରଙ୍ଗ ଆଞ୍ଚଳିକ କମିଟି ସହ-ସମ୍ପାଦକ ରାଜେଶ ରାଉତ, ବାରଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟ ସୁରକ୍ଷା କମିଟି ମାନଙ୍କ ପକ୍ଷରୁ କିଶୋର ପାଇଟାଲ, ମମତା ବେହେରା, ନଳିନୀ ପାଇଟାଲ, ବସନ୍ତ ବେହେରା, ଦିନବନ୍ଧୁ ବେହେରା, ଶିବଶକ୍ତି ଦାସ, ନିରୁପମା ଭୋଇ, ସୁପ୍ରିୟା ବେରା, ପୁଷ୍ପଲତା ପାଇଟାଲ, ଶଙ୍କୁନ୍ତଳା ମୁଦୁଲି, ରାଜେନ୍ଦ୍ର ରାଉତ, ଗିତାରାଣୀ ପାଇଟାଲ ପ୍ରମୂଖ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ବାରଙ୍ଗ ବ୍ଲକର ପ୍ରାଥମିକ ବିଦ୍ୟାଳୟ ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବାରଙ୍ଗ ବିଇଓ ତଥା ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ପ୍ରତିବାଦ ତଥା ସ୍ମାରକପତ୍ର ପ୍ରଦାନ କରିବା ସତ୍ୱେ ଏଯାବତ ଦାବି ପୂରଣ କ୍ଷେତ୍ରରେ ପ୍ରଶାସନିକ ଉଦାସୀନତା ଦେଖାଯାଇଛି । ଏହି ଉଦାସୀନତାକୁ ବକ୍ତବ୍ୟ ମାଧ୍ୟମରେ ବକ୍ତାମାନେ ନିନ୍ଦା କରିଥିଲେ । ସେମାନେ କହିଥିଲେ ଦିର୍ଘବର୍ଷର ଯୋଜନାବଦ୍ଧ ସରକାରୀ ଅବହେଳା ଯୋଗୁଁ ସରକାରୀ ସ୍କୁଲ ମାନଙ୍କରେ ଉପସ୍ଥାନ କମିଛି । ଦୀର୍ଘ ବର୍ଷ ଧରି ସ୍କୁଲ ମାନଙ୍କରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିବା, ଅଳ୍ପ ସଂଖ୍ୟକ ହେଲେ ମଧ୍ୟ ଯେତିକି ବି ଶିକ୍ଷକ ଅଛନ୍ତି ସେମାନଙ୍କୁ ବର୍ଷସାରା ଶିକ୍ଷା ବର୍ହିଭୁତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା, ଗୁଣାତ୍ମକ ଶିକ୍ଷାଭିତ୍ତିକ ପାଠ୍ୟ ଖସଡାର ଅଭାବ, ପାସ-ଫେଲ୍ ବ୍ୟବସ୍ଥା ଉଚ୍ଛେଦ, ଆବଶ୍ୟକ ଭିତ୍ତିଭୂମିର ଅଭାବ ଇତ୍ୟାଦି ଫଳରେ ସରକାରୀ ସ୍କୁଲ ଶିକ୍ଷା ଅତି ଦୃତ ବିପର୍ଯ୍ୟସ୍ତ ହେବାକୁ ଲାଗିଛି । କୋମଳମତି ଛାତ୍ରଛାତ୍ରୀ ମାନେ ନିରାପଦରେ ନିଜ ଗାଁ ସ୍କୁଲରେ ପଢିବା ଲକ୍ଷ୍ୟ ରେ ପ୍ରତିଷ୍ଠିତ ସ୍କୁଲରେ ଉପସ୍ଥାନ ହାର ବଢାଇବା ପାଇଁ ପ୍ରକୃତ ପଦକ୍ଷେପ ଗ୍ରହଣ ନକରି “ମୁଣ୍ଡ ବିନ୍ଧିଲେ ମୁଣ୍ଡ କାଟିଦେବା” ନ୍ୟାୟରେ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରୁଛନ୍ତି । ଶିକ୍ଷାର ଘରୋଇକରଣ ପାଇଁ ସରକାରୀ ନୀତିକୁ ବକ୍ତା ମାନେ ଘୋର ନିନ୍ଦା କରି କହିଥିଲେ; ଗୋଟିଏ ଦିଗରେ ସରକାରୀ ସ୍କୁଲ ବନ୍ଦ କରିବା ଓ ଅନ୍ୟ ଦିଗରେ ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଦେବା ବିଷୟଟି ଆମର ଶିକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟଭାବେ ‘ଥିଲାବାଲାଙ୍କ ପାଇଁ’ ଓ ‘ନଥିଲା ବାଲାଙ୍କ ପାଇଁ’ ଏହିପରି ଦୁଇଭାଗରେ ବିଭକ୍ତ କରିଦେଇଛି । ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ଫଳରେ ଗରିବ ଘରର ପିଲାମାନଙ୍କ ପାଇଁ ପଢିବାର ଯେତିକି ବି ସୁଯୋଗ ଥିଲା, ତାହା ମଧ୍ୟ ସଂପୂର୍ଣ୍ଣଭାବେ ବନ୍ଦ ହୋଇଯିବ । ତେଣୁ ସରକାର ତୁରନ୍ତ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିରୁ ବିରତ ହେବା ସହ ସ୍କୁଲ ଗୁଡିକର ସୁରକ୍ଷା ପାଇଁ ଉପଯୁକ୍ତ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ବାରଙ୍ଗ ବ୍ଲକରେ ସରକାରୀ ବିଦ୍ୟାଳୟ ବନ୍ଦ ପାଇଁ ନିଆଯାଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଧାରାବାହିକ ଭାବେ ଏଆଇଡିଏସଓ ଏବଂ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଆନ୍ଦୋଳନ ଚାଲିଛି । ସରକାର ନିଜର ଶିକ୍ଷା ବିରୋଧି ନିଷ୍ପତ୍ତିରୁ ନ ଓହରିଲେ ଆଗାମୀ ଦିନରେ ଦୁର୍ବାର ଗଣ ଆନ୍ଦୋଳନ ହେବ ବୋଲି ଛାତ୍ରନେତା ମାନେ ଚେତାବନୀ ଦେଇଛନ୍ତି ।

ବିକାଶ ହିଁ ଏକ ମାତ୍ର ଲକ୍ଷ ଅପରାଜିତା ଷଡ଼ଙ୍ଗୀ ସାଂସଦ ଭୁବନେଶ୍ବର

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା_ଷଡ଼ଙ୍ଗୀ ମହୋଦୟା DISHA ର ଅଧ୍ୟକ୍ଷ ଭାବେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କଲେ

ଏହି ଅବସରରେ ଜିଲ୍ଲାର ସମସ୍ତ ବିଭାଗ ଅନ୍ତର୍ଗତ ହେଉଥିବା ଯୋଜନା, ଏବଂ ବିକାଶ ମୂଳକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ, ସମସ୍ୟା, ଜଟିଳତା, ଶିଥିଳତା ବିଷୟ ନେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଏହାର ସମଧାନ ପାଇଁ ପ୍ରୟାସ କଲେ

ଏହି ଅବସରରେ ସାଂସଦଙ୍କ ସହ ଜିଲ୍ଲାପାଳ,ଜିଲ୍ଲା ପରିଷଦ ଅଧକ୍ଷ, ସମସ୍ତ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି ଏବଂ ସମ୍ମାନିତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ