ନରାଜ ରେ ଟିକା କରଣ ପାଇଁ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ନିବେଦନ

0

କଟକ (୨୯/୦୪/୨୧) ସାରଙ୍ଗ ପୃଷ୍ଟି ଙ୍କ ରିପୋର୍ଟ

ବର୍ତମାନ କୋରନା ର ଘଡିସନ୍ଧି ମୁହୂର୍ତ୍ତ ଏହି ପରିପ୍ରେକ୍ଷୀରେ ଟିକା କରଣ ବେବସ୍ଥାକୁ ବ୍ୟାପକ କରିବା ଉପରେ ଗୁରୁତ୍ବ ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର , ଏହି ଭଳି ସମୟରେ ବାରଙ୍ଗ ବ୍ଳକ ନରାଜ ମାର୍ଥାପୁର ପଞ୍ଚାୟତ ର ଜନସାଧାରଣ ଟିକା ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ନରାଜ ର ଜନସାଧାରଣ ଟିକା ନେବାପାଇଁ ସ୍ଥାନୀୟ ମୁଣ୍ଡଳି ପଞ୍ଚାୟତ ରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ , ନରାଜ ରୁ ମୁଣ୍ଡଳିର ଦୂରତା ପାଇଁ ଅଟୋ କିମ୍ବା ଗାଡି ଭଡା କରିଯିବା ପାଇଁ ପଡୁଛି , ଜାହା ତ ଦୂରବାଟ ସେଥିରେ ପୁଣି ମୁଣ୍ଡଳି ସ୍ୱାସ୍ଥ୍ୟକେନ୍ଦ୍ର ରେ ପର୍ଯ୍ୟାପ୍ତ ପରିମାଣର ଟିକା ନଥିବା ରୁ ନରାଜ ରୁ ଜାଉଥିବା ଜନସାଧାରଣ ନାହିଁ ନଥିବା ସମସ୍ୟା ର ସମୁଖିନ ହେଉଛନ୍ତି , ଏଠି ସରକାର ମାଗଣା ଟିକା ଏଭଳି ସମୟରେ ଯୋଗାଇ ଦେଉଥିବା ବେଳେ ନରାଜ ରୁ ଅଟୋ କିମ୍ବା ଗାଡି ଭଡା କରି ଯାଉଥିବା ସାଧାରଣ ଲୋକେ ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା ନ୍ୟାୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ହୃଦୟଗମ କରି , ପଞ୍ଚାୟତ ଓ ଆଦର୍ଶ ସେବା ସଂଗଠନ ର କର୍ମକର୍ତ୍ତା ମାନେ ଏ ନେଇ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟି ନରାଜ ରେ ଥିବା ଏ ଏନ ଏମ କେନ୍ଦ୍ରରେ ଟିକା କରଣ ର ବ୍ୟବସ୍ଥା କରାଇବା ପାଇଁ ନିବେଦନ କରିବା ସହ ଏକ ନିବେଦନ ପତ୍ର ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପ୍ରଦାନ କରିଛନ୍ତି

କରନା ରେ ଚାଲିଗଲେ ରୋହିତ

ସାରଙ୍ଗ ପୃଷ୍ଟି ଙ୍କ ରିପୋର୍ଟ : ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିଲେ । ଏବେ କରୋନାରେ ନିଜେ ଆଖି ବୁଜିଦେଲେ ବରିଷ୍ଠ ସାମ୍ବାଦିକ ତଥା ଟିଭି ଉପସ୍ଥାପକ ରୋହିତ୍ ସରଦାନା । ଏଭଳି ଜଣେ ନିର୍ଭିକ ସବୁ ସମୟରେ ରାଷ୍ଟ୍ର ଓ ଦେଶ ର ସାଧାରଣ ମଣିଷର ସ୍ବାର୍ଥ ରକ୍ଷା ପାଇଁ ନିଜ ସାମ୍ବାଦିକତା ଜୀବନରେ ସେ ଜାହା କରିଦେଇ ଯାଇଛନ୍ତି ତାକୁ ସମସ୍ତ ଗଣମାଧ୍ୟମ ସାରା ଜୀବନ ମନେରଖିବ

ଏହି ଅମର ଆତ୍ମା ର ମଙ୍ଗଳ କାମନା କରୁଛୁ ପରମଦୟାଲ ଙ୍କ ପାଦତଳେ

ମେ ୧୫ ଯାଏ ଜଗା ଦର୍ଶନ ବନ୍ଦ

ପୁରୀ : ସଂଯୋଗ ଟୁଡେ : ଆସନ୍ତା ମେ ୧୫ ଯାଏଁ ବନ୍ଦ ହେଲା ଜଗା ଦର୍ଶନ। ପୁରୀରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିରରେ କୋଭିଡ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ଚାଲିବ। ଛତିଶାନିଯୋଗ ବୈଠକରେ ସେବାୟତମାନେ ସାଧାରଣ ଦର୍ଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ କୋଭିଡ୍ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଚାଲିବ।

ପୁରୀରେ ଆଜି ରେକର୍ଡ ସଂଖ୍ୟକ ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ୍ ବ୍ୟତୀତ ଶ୍ରୀମନ୍ଦିରର ବହୁ ସେବାୟତ ଓ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ପୁରୀ ସହରରେ ମଧ୍ୟ ବିଭିନ୍ନ ସାହିରେ ହୁ ହୁ ହୋଇ ମାଡି ଚାଲିଛି କରୋନା। ଯାହାକି ମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ତେବେ ଶ୍ରୀମନ୍ଦିରରେ ନୂତନ ଏସଓପି ଓ କରୋନା ସ୍ଥିତିକୁ ଦେଖି ଛତିଶାନିଯୋଗ ବୈଠକ ବସିଥିଲା । ଏହି ବୈଠକରେ ଆଗାମୀ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରିବାକୁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ । କୋଭିଡ଼ ନିୟମ ଅନୁଯାୟୀ ରଥ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି ।

ଦୀକ୍ଷା ଅର୍ଥ କ’ଣ ? ଏବଂ ଦୀକ୍ଷା ନେଲେ ହୁଏ କ’ଣ ?

0

ଦୀକ୍ଷାର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର କହିଛନ୍ତି ,— ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟକୁ ତାହାର ଜୀବନ ପଥରେ ଦକ୍ଷ କରି ତୋଳିବା ନିମନ୍ତେ ସତ୍ ଦୀକ୍ଷାର ସରଳ ଉପାୟ ନିର୍ଦ୍ଧାରଣ, କରିଛନ୍ତି । “ଦୀକ୍ଷା ନିଅ , ଅର୍ଥାତ୍ ନିୟମ ଗ୍ରହଣ କର , ଅଚ୍ୟୁତ ଅନୁରାଗ ଉଦ୍ଦୀପନାରେ ତୁମର ଯାହା କିଛି ଅନ୍ଵିତ ସାମଞ୍ଜସ୍ୟରେ ଆପୁରୟମାଣ ଆଚାର୍ଯ୍ୟ ବା ଇଷ୍ଟଙ୍କ ଠାରେ କେନ୍ଦ୍ରାୟିତ କରି ସକ୍ରିୟ ଅନୁସରଣରେ, ଆଉ ଏହି କେନ୍ଦ୍ରାୟିତ ପ୍ରାଜ୍ଞ- ଅଭିନନ୍ଦନ ବିବର୍ତ୍ତିତ ହୋଇ ସାର୍ଥକ ହୋଇଉଠୁ ଈଶ୍ୱରଙ୍କଠାରେ , ଏହାହିଁ ହେଉଛି ଦୀକ୍ଷାର ତାତ୍ପର୍ଯ୍ୟ ।” ( ତପୋ ବିଧାୟନା –୬୬ ) ସଂସାର ଏକ ମହା କ୍ଷେତ୍ର , ଏଠାରେ ନାନା ପ୍ରକାର ପର୍ଯ୍ୟାୟ ଭିତରେ ମଣିଷକୁ ଗତି କରିବାକୁ ହୋଇଥାଏ । ପୁତ୍ର ହିସାବରେ ପତି ହିସାବରେ , ବନ୍ଧୁ ହିସାବରେ , ପଡୋଶୀ ହିସାବରେ , ନାଗରିକ ହିସାବରେ ଅନେକ ଦାୟ -- ଦାୟୀତ୍ଵ ରହିଛି । ଏକାସହିତ ନିଜର ସ୍ୱାସ୍ଥ୍ୟ ( ଶାରୀରିକ ଓ ମାନସିକ ) ବିପର୍ଯ୍ୟୟର ନାନା କାରଣ ମଧ୍ୟ ରହିଛି ସେହି ସବୁରୁ ନିଜକୁ ରକ୍ଷା କରିବା ସହଜ ସାଧ୍ୟ ନୁହେଁ । ନାନା ଶ୍ରେଣୀର ବ୍ୟକ୍ତିଙ୍କର ସାହଚର୍ଯ୍ୟ ଲାଭ ନିତ୍ୟ କରୁଛେ , ସେଥିରେ ନିଜତ୍ବ ରକ୍ଷା କରିବା ମଧ୍ୟ କଷ୍ଟକର ବ୍ୟାପାର । ଏଭଳି ଘଡିସନ୍ଧି ମୁହୂର୍ତ୍ତ ଆସି ଉପସ୍ଥିତ ହୋଇପାରେ , " ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା ।"ଅତଏବ ମସ୍ତିଷ୍କର ଭାରସାମ୍ୟ ରକ୍ଷା କରିବା ଅସମ୍ଭବ । ଏଥିପାଇଁ ସେହି ପ୍ରକାର ସତ୍ ଚାଳକଙ୍କର ଶରଣାଗତ ହେବାକୁ ହୁଏ , ଯିଏ କି ମଣିଷକୁ ସବୁ ପ୍ରକାର ସମସ୍ୟା ଜାଲରୁ ଉଦ୍ଧାର କରିପାରିବେ ଏବଂ ଏହି କର୍ମ ଯୁଦ୍ଧ କ୍ଷେତ୍ରରେ ଆମକୁ ଦୃଢ଼କରି ତୋଳି ପାରିବେ ଏବଂ ଦକ୍ଷତା ବଢାଇ ଆମକୁ ଜଞ୍ଜାଳ ଜଟିଳତାରୁ ମୁକ୍ତ କରିବାପାଇଁ ଶକ୍ତି ସାହାସ ପ୍ରଦାନ କରିପାରିବେ । ସେଥିପାଇଁ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପ୍ରତିଟି ବ୍ୟକ୍ତିକୁ ଦୀକ୍ଷା ଗ୍ରହଣର ବିଧାନ ଦେଇ କହିଛନ୍ତି:-- ଦୀକ୍ଷା ମାନେ ତା ' ହିଁ -- ନିଷ୍ଠା ଆକୂତିର ସହିତ ଯାର ଅନୁଶୀଳନ ଭିତର ଦେଇ ମଣିଷ ସବୁ ଦିଗରୁ ଦକ୍ଷ ହୋଇ ଉଠେ , ସର୍ବତୋଭାବେ ଦକ୍ଷ ହେବାହିଁ ଦୀକ୍ଷାର ମୌଳିକ ଉଦ୍ଦେଶ୍ୟ - ଉନ୍ନତିର କୃଷ୍ଟି - ତନ୍ତ୍ର । ( ସଂଜ୍ଞାସମୀକ୍ଷା -- ୧୫୬ ) ଜୟ ଗୁରୁ

କୋରୋନା ପାଇଁ ଘରେ ଏହି ସବୁ ବ୍ୟବସ୍ଥା କରନ୍ତୁ , ଏହି ରୋଗକୁ ଆମେ ହରେଇ ପାରିବା

  1. ପାରାସିଟାମଲ୍ |
  2. ବେଟାଡିନ୍ ଗାର୍ଗଲ୍ – ପାଟି ଧୋଇବା ପାଇଁ |
  3. ଭିଟାମିନ୍ ‘ସି’ ଏବଂ ‘ଡି’ |
  4. ବି କମ୍ପ୍ଲେକ୍ସ l
  5. ବାଷ୍ପ ନେବା ପାଇଁ ବାଷ୍ପ ପାତ୍ର | ଆପଣ ଏକ ଚାମଚ ସେଇନ୍ଧ ଲୁଣ ମଧ୍ୟ ନେଇପାରିବେ |
  6. ପଲ୍ସ ଅକ୍ସିମିଟର |
  7. ଅମ୍ଳଜାନ ସିଲିଣ୍ଡର (କେବଳ ଜରୁରୀକାଳୀନ ପାଇଁ) |
  8. ଗଭୀର ନିଶ୍ୱାସ ବ୍ୟାୟାମ କରନ୍ତୁ | କୋରୋନାର ତିନୋଟି ପର୍ଯ୍ୟାୟ: – କେବଳ ନାକରେ କୋରୋନା ପୁନରୁଦ୍ଧାର ସମୟ ଅଧା ଦିନ,
    ଏହାର ସାଧାରଣତ ଜ୍ୱର ହୁଏ ନାହିଁ ଏବଂ ଏହାକୁ ଅସ୍ୱାଭାବିକ କୁହାଯାଏ |

ଏଥିରେ କଣ କରିବେ: –

ବାଷ୍ପ ନିଶ୍ୱାସ ନିଅନ୍ତୁ ଏବଂ ଭିଟାମିନ୍ ‘ସି’ ନିଅନ୍ତୁ |

ଗଳା ଯନ୍ତ୍ରଣା-

ପୁନରୁଦ୍ଧାର ସମୟ ହେଉଛି 1 ଦିନ |

ଏଥିରେ କଣ କରିବେ:

ଗରମ ପାଣିରେ ଗାର୍ଗଲ୍ କରନ୍ତୁ, ପିଇବାକୁ ଗରମ ପାଣି ନିଅନ୍ତୁ, ଯଦି ଆପଣଙ୍କର ଜ୍ୱର ଅଛି, ତେବେ ପାରାସିଟାମୋଲ ନିଅନ୍ତୁ | ଯଦି ଗମ୍ଭୀର, ଭିଟାମିନ୍ ‘ସି’, ବି କମ୍ପ୍ଲେକ୍ସ ଏବଂ ଆଣ୍ଟିବାୟୋଟିକ୍ ନିଅନ୍ତୁ |

3.ଫୁସଫୁସ କାଶ

4 ରୁ 5 ଦିନ ମଧ୍ୟରେ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ |

ଏଥିରେ କଣ କରିବେ: –

ଗରମ ପାଣିରେ ଗାର୍ଗଲ୍ କରନ୍ତୁ, ପିଇବାକୁ ଗରମ ପାଣି ନିଅନ୍ତୁ, ଭିଟାମିନ୍ ‘ସି’, ବି କମ୍ପ୍ଲେକ୍ସ, ପାରାସିଟାମଲ୍ ନିଅନ୍ତୁ ଏବଂ ଉଷୁମ ପାଣିରେ ଲେମ୍ବୁ ଖାଆନ୍ତୁ |

ଏକ ଅକ୍ସିମିଟର ସହିତ ଆପଣଙ୍କର ଅମ୍ଳଜାନ ଲେବଲ୍ ଯାଞ୍ଚ କରନ୍ତୁ | ଯଦି ଆପଣଙ୍କର ଅକ୍ସିମିଟର ଅଛି |
ଯଦି ନୁହେଁ, ତେବେ ଆପଣ ଯେ କୌଣସି ଓଷଧ ଦୋକାନରେ ଫୋନ୍ କରି ହୋମ ଡେଲିଭରି ନେଇପାରିବେ |
PMCH ରେ କଲ୍ କରିପାରିବେ |
ଗଭୀର ନିଶ୍ୱାସ ବ୍ୟାୟାମ କରନ୍ତୁ |
ଯଦି ସମସ୍ୟା ଗମ୍ଭୀର, ଅମ୍ଳଜାନ ସିଲିଣ୍ଡର ମାଗନ୍ତୁ ଏବଂ ଅନଲାଇନରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |

ଡାକ୍ତରଖାନା ଯିବାକୁ ପର୍ଯ୍ୟାୟ: –

ଏକ ଅକ୍ସିମିଟର ସହିତ ଆପଣଙ୍କର ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ | ଯଦି ଏହା 92 (ସାଧାରଣ 98 -100)
ପାସ୍ କରେ ଏବଂ ତୁମର କରୋନାର ଲକ୍ଷଣ ଅଛି |
(ଯେପରିକି ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ଇତ୍ୟାଦି)
ଆପଣଙ୍କୁ ଏକ ଅମ୍ଳଜାନ ସିଲିଣ୍ଡର ଦରକାର | ଏଥିପାଇଁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ ଏବଂ ପରାମର୍ଶ କରନ୍ତୁ |

ସୁସ୍ଥ ରୁହ, ସୁରକ୍ଷିତ ରୁହ!

ଦୟାକରି ତୁମର ପରିବାର ଏବଂ ସମାଜର ଯତ୍ନ ନିଅ | ଘରେ ରୁହ ଏବଂ ସୁରକ୍ଷିତ ରୁହ |

ଧ୍ୟାନ ଦିଅନ୍ତୁ:-

କୋରୋନା ଜୀବାଣୁର pH 5.5 ରୁ 8.5 ମଧ୍ୟରେ ରହିଥାଏ |

ତେଣୁ, ଜୀବାଣୁ ବିଲୋପ କରିବା ପାଇଁ ଆମକୁ ଯାହା କରିବାକୁ ପଡିବ ତାହା ହେଉଛି କ୍ଷାରଯୁକ୍ତ ଖାଦ୍ୟ ଖାଇବା, ଜୀବାଣୁଙ୍କର ଅମ୍ଳତା ସ୍ତରଠାରୁ ଅଧିକ |

ଯେମିତି କି:

*କଦଳି
*ସବୁଜ ଲେମ୍ବୁ – 9.9 pH
*ହଳଦିଆ ଲେମ୍ବୁ – 8.2 pH
*ଆଭକାଡୋ – 15.6 pH
*ରସୁଣ – 13.2 pH
*ଆମ୍ବ – 8.7 pH
*ଟାଙ୍ଗରାଇନ୍ – 8.5 pH
*ଧନିଆ ପତ୍ର – 12.7 pH
*କାସ୍କେଡ୍ – 22.7 pH
*କମଳା – 9.2 pH

ଆପଣ କୋରୋନା ଜୀବାଣୁ ସଂକ୍ରମିତ କି ନାହିଁ କିପରି ଜାଣିବେ?

  1. ଶୁଖିଲା ଗଳା
  2. ଶୁଖିଲା କାଶ
  3. ଉଚ୍ଚ ଶରୀରର ତାପମାତ୍ରା
  4. ନିଶ୍ୱାସ ପ୍ରଶ୍ୱାସ ପ୍ରଖର
  5. ମୁଣ୍ଡବିନ୍ଧା
  6. ଶରୀର ଯନ୍ତ୍ରଣା ଉଷୁମ ପାଣିରେ ଲେମ୍ବୁ ପିଇବା ଫୁସଫୁସରେ ପହଞ୍ଚିବା ପୂର୍ବରୁ ଜୀବାଣୁଙ୍କୁ ମାରିଦିଏ। ଏହି ସୂଚନା ନିଜ ପାଖରେ ରଖନ୍ତୁ ନାହିଁ | ଏହାକୁ ଆପଣଙ୍କର ସମସ୍ତ ପରିବାର ଏବଂ ସାଙ୍ଗ ଏବଂ ସମସ୍ତଙ୍କ ସହିତ ସେୟାର କରନ୍ତୁ | ଆପଣ ଜାଣି ନାହାଁନ୍ତି ଏହି ସୂଚନା ବାଣ୍ଟି ଆପଣ କେତେ ଜୀବନ ସଞ୍ଚୟ କରୁଛନ୍ତି ।

ଏହାକୁ ସେୟାର କରନ୍ତୁ ଏବଂ ଲୋକଙ୍କୁ ସାହାଯ୍ୟ କରନ୍ତୁ|

ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଜାଣିପାରିବେ

ସୌଜନ୍ୟ – ସାମାଜିକ ଗଣମାଧ୍ୟମ

କମିଶନରେଟ ପୋଲିସ ଜାଲରେ ହାଇଦର

ଭୁବନେଶ୍ୱର ( ସଂଯୋଗ ଟୁଡେ ) – ବ୍ୟୁରୋ ରିପୋର୍ଟ : ଫେରାର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ହାଇଦର କୁ ଗିରଫ କରିବାରେ ସକ୍ଷମ ହୋଇଛି କମିଶନରେଟ ପୁଲିସ . ଶେଖ ହାଇଦର ଦୀର୍ଘ 16 ବର୍ଷ ଧରି ଜେଲରେ ଥିବା ବେଳେ, ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା କୁ ଆସିଥିଲା . ତେବେ ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା କର୍ମୀଙ୍କୁ ନିଶା ମିଶା ବିରିୟାନୀ ଖୁଆଇ ଫେରାର ହୋଇଥିଲା ହାଇଦର . ଫେରାର ହାଇଦର ର ଗତିବିଧିକୁ ନିରୀକ୍ଷଣ କରି ତାକୁ ସ୍କାନର ରେ ରଖିଥିଲା କଟକ ପୁଲିସ . ସୂଚନା ଅନୁଯାୟୀ ତେଲେଙ୍ଗାନା ର ରଙ୍ଗାରେଡ଼ି ଜିଲ୍ଲାରେ ଲୁଚି ରହିଥିବା ହାଇଦର କୁ ତେଲେଙ୍ଗାନା ପୁଲିସ ସହାୟତାରେ ଗିରଫ କରିବାରେ ସଫଳ ହୋଇଛି କଟକ ପୁଲିସ . ହାଇଦର ଗିରଫ ହେବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ .

ପୁଣି ଫେରିଲା ନାଇଟ କର୍ଫ୍ୟୁ

  • ଭୁବନେଶ୍ୱର ଓ କଟକରେ ରାତି ୯ରୁ ସକାଳ ୫ଯାଏଁ ନାଇଟ କର୍ଫ୍ଯୁ
  • ରାଜ୍ଯର ସବୁ ସହରାଞ୍ଚଳରେ ଜାରି ହେଲା ନାଇଟକର୍ଫ୍ଯୁ
  • ୧୦ଟି ସୀମାନ୍ତ ଜିଲ୍ଲାରେ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍
  • ସେହି ୧୦ ଜିଲ୍ଲାରେ ସନ୍ଧ୍ଯା ୬ଟାରୁ ସକାଳ ୫ ଯାଏଁ କର୍ଫ୍ଯୁ
  • ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ ଯାଏଁ ନାଇଟକର୍ଫ୍ଯୁ
  • ବାହାଘରରେ ୫୦ ଓ ସୁଧଘର କାମରେ ୨୦ ଲୋକ ଯୋଗଦେବେ
  • ସରକାରୀ ଓ ଘରୋଇ ସଂସ୍ଥାରେ ୫୦ ପ୍ରତିଶତ ଲୋକରେ କାମ
  • ବସରେ କେହି ଠିଆ ହୋଇଯାଇପାରିବେ ନାହିଁ
  • ଯାତ୍ରାରେ ଏଣିକି ଆଉ ୨ ହଜାର ନୁହେଁ ୧ ହଜାର ଲୋକଙ୍କୁ ଅନୁମତି
  • ସିନେମା ହଲରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି

ଓଡିଆ ନବବର୍ଷ ଅଭିନନ୍ଦନ

ପବିତ୍ର ଓଡିଆ ନବବର୍ଷ , ମହାବିଷୁବ ସଂକ୍ରାନ୍ତି , ପଣା ସଂକ୍ରାନ୍ତି , ଓ ହନୁମାନ ଜୟନ୍ତୀ ଉପଲକ୍ଷେ ବାଙ୍କୀ ବାରଙ୍ଗ ତଥା ଓଡିଶାର ର ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ସଙ୍କଟ ମୋଚନ ମହାବୀର ହନୁମାନ ସମସ୍ତ ଙ୍କ ମଙ୍ଗଳ କରନ୍ତୁ ଏତିକି କାମନା ପ୍ରଭୁ ଙ୍କ ପାଦତଳେ , ଜୟ ଶ୍ରୀ ରାମ୍

ଶ୍ରୀଯୁକ୍ତ ଅଜୟ ମୁଦୁଲି , ବାଙ୍କୀ ବିଜେପି ସମବାୟ ସେଲ ସଂଯୋଜକ ତଥା ବାରଙ୍ଗ ୩୨ ନମ୍ବର ଜୋନ ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ

ପବିତ୍ର ଓଡିଆ ନବବର୍ଷ ର ସୁବେତ୍ସା ବାର୍ତ୍ତା

ଆଜି ର ପବିତ୍ର ଦିନ ରେ ଓଡିଆ ନବବର୍ଷ ର ହାର୍ଦ୍ଦିକ ଅଭିନନ୍ଦନ ସହ ମହାବିଷୁବ ପଣା ସଂକ୍ରାନ୍ତି , ହନୁମାନ ଜୟନ୍ତୀ , ର ସୁବେତ୍ସା ଓ ଶୁଭକାମନା ଜଣାଇବା ସହ ରଘୁନାଥ ପୁର ଗ୍ରାମ ପଞ୍ଚାୟତ ତଥା ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି ,

ଶ୍ରୀଯୁକ୍ତ ପବିତ୍ର ପାତ୍ର ପ୍ରଥମ ସେବକ ରଘୁନାଥ ପୁର ଗ୍ରାମ ପଞ୍ଚାୟତ ତଥା ଓଡ଼ିଶାର ସୁପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ରାଜଧାନୀ ଅପେରା ର ପ୍ରତିଷ୍ଠାତା

ବିକାଶର କୌଣସି ଦଳ ନଥାଏ

ଭୁବନେଶ୍ୱର ୫ / ୪ / ୨୦୨୧ ( ସପ୍ର) ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ମୋହଦୟା ଆଜି ଖୋର୍ଦ୍ଧା ଜିଲ୍ଲା ଜିଲାପାଳଙ୍କ କର୍ଯ୍ୟାଳୟ ଛକ ଠାରେ ଖୋର୍ଦ୍ଧା ନାଗରିକ ମଞ୍ଚ ସଦସ୍ୟ ମାନଙ୍କର ଅନୁରୋଧକ୍ରମେ ଏକ ଭେଇକିଲ ଅଣ୍ଡର ପାସ(VUP) ପରିବର୍ତ୍ତେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିବା ସହ ଏହି ନିର୍ମାଣ ସମ୍ବନ୍ଧିତ ଏକ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଗଣେଶ ଜଗଦେବ(ବିଧାୟକ, ଚିଲିକା)ଜୋତ୍ରିନ୍ଦ୍ରନାଥ ମିତ୍ର(ବିଧାୟକ ,ଖୋର୍ଦ୍ଧା)ସୁରେଶ କୁମାର ରାଉତରାୟ(ବିଧାୟକ, ଜଟଣୀ)ଡ଼. ଦିଲ୍ଲୀପ ଶ୍ରୀ ଚନ୍ଦନ(ପୂର୍ବତନ ବିଧାୟକ, ଖୋର୍ଦ୍ଧା)ସୌମ୍ୟ ରଂଜନ ପଟନାୟକ(ବିଧାୟକ, ଖଣ୍ଡପଡା)କାଳୁ ଚରଣ ଖଣ୍ଡାୟତରାୟ(ସମାଜସେବୀ)ରଶ୍ମିରଞ୍ଜନ ମହାପାତ୍ର(ଜିଲ୍ଲା ,BJP, ସଭାପତି)ସୁବାଷ ଗନ୍ତାୟତ(ସମାଜସେବୀ),ସଞ୍ଜୟ ପଟନାୟକ(ସମାଜସେବୀ) ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

ବିକାଶର କୌଣସି ଦଳ ନଥାଏ । ଦଳ ମତ ନିର୍ବିଶେଷରେ ସାଧାରଣ ଲୋକଙ୍କ ହିତରେ କାମ କରିବା ହିଁ ବାସ୍ତବିକ ରାଜଧର୍ମ । ସାଧାରଣ ଲୋକଙ୍କ ସମସ୍ୟା ଓ ଜନହିତ କାର୍ଯ୍ୟ ପାଇଁ ସାଂସଦ ସଦା ସର୍ବଦା ଚେଷ୍ଟିତ ,ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ସହ ଗଡ ଖୋର୍ଦ୍ଧା ସ୍କୟାର ନିକଟରେ ଏକ VUP ଯଥା ଶୀଘ୍ର ନିର୍ମାଣ କରାଯିବ ନେଇ ସାଂସଦ NHAI କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଭାରତ ସରକାର ଙ୍କ ନିକଟରେ ଏହି ପ୍ରସ୍ତାବ ରଖିଥିଲେ । ଏହା ପରେ NHAI ର ରିଜିଓନାଲ ଅଫିସର ରାମ ଚଦ୍ର ପଣ୍ଡା ଖୁବଶୀଘ୍ର ଫ୍ଲାଏ ଓଭର ନିର୍ମାଣ କରାଯିବ ସହ ,ଗଡ ଖୋର୍ଦ୍ଧା ନିକଟରେ ଏକ VUP ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି ।