ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତ୍ୟାହାର ଦାବି ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଆସନ୍ତା ୧୧ ତାରିଖ ଦିନ ୪ ଘଣ୍ଟିଆ ଧାରଣା ସହ ବିକ୍ଷୋଭ କରିବ କଂଗ୍ରେସ
ଭୁବନେଶ୍ୱର-୮/୬/୨୧-କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି, ଯାହାଦ୍ବାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁରେ ପହଂଚିଛି । ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଦର ଟ.୨୫.୭୨ ପଇସା ଓ ଡିଜେଲ ଦର ଟ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଏହି ବର୍ଷର ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟିବା ଓ ଅବିଳମ୍ବେ ତୈଳଯାତ ଦ୍ରବ୍ୟ (ଉଭୟ ପେଟ୍ରୋଲ ଓ ଡିଜେଲ) ଦର କୁ ହ୍ରାସ କରିବା ଦାବୀରେ ( ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରିବା ଦାବୀରେ) ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ ମୁତାବକ ଚଳିତ ମାସ ଜୁନ ୧୧ ତାରିଖ ଶୁକ୍ରବାର ପ୍ରାତଃ ୭ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ (ତାଲାବନ୍ଦ ସମୟ ମଧ୍ୟରେ) ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଚଂଳର ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଭାବେ ଧାରଣା ଓ ବିକ୍ଷୋଭ କରିବାକୁ ପିସିସି ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ଅବସରରେ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ବଜାୟରଖି ବ୍ୟାନର, ପ୍ଲାକାର୍ଡ଼ରେ ‘ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା ବୃଦ୍ଧି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ମଜୁରୀ ଓ ରୋଜଗାର କମିବା ଉପରେ ସ୍ଲୋଗାନ ଲେଖି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ସୂଚାଇବାକୁ ବିଶେଷ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ। ୧୧ ତାରିଖର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା, ବ୍ଲକ, ନଗର ସ୍ତରରେ ଅବିଳମ୍ବେ ଜିଲ୍ଲା କଂଗ୍ରେସ ସଭାପତି ମାନେ ପ୍ରସ୍ତୁତି ବୈଠକ ଡାକି ସମସ୍ତ କଂଗ୍ରେସ ନେତୃମଣ୍ଡଳୀ, ବିଧାୟକଗଣ ଓ ସାଂସଦ, ପ୍ରାକ୍ତନ ବିଧାୟକ ଓ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଏଆଇସିସି ଓ ପିସିସି ସଦସ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ।ପ୍ରକାଶ ଥାଉ କି ସମସ୍ତ କଂଗ୍ରେସ ନେତୃମଣ୍ଡଳୀ,କାର୍ଯ୍ୟକାର୍ତ୍ତ ଓ ଶୁଭେଚ୍ଛୁ ମାନେ ଘରୁ ବାହାରିବା ସମୟରେ ସାଇକେଲ,ରିକ୍ସା,ବଳଦଗାଡି,ଟ୍ରଲି ଅବା ଚାଲି ଚାଲି ବିକ୍ଷୋଭ ସ୍ଥଳରେ ପହଞ୍ଚିବାକୁ ଶ୍ରୀ ଯୁକ୍ତ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ବିଶେଷ ଅନୁରୋଧ କରିଛନ୍ତି ।
୧୧ ତାରିଖ ରେ ପ୍ରେଟୋଲ ପମ୍ପ ଆଗରେ କଂଗ୍ରେସ ର ୪ ଘଣ୍ଟିଆ ଧାରଣା
ମୋଦୀ ସରକାର ଙ୍କ ୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସେବାହିଁ ସଙ୍ଗଠନ କାର୍ଯ୍ୟକ୍ରମ
କଟକ – ୩୦ / ୫ / ୨୧ (ସଂଯୋଗ ଟୁଡେ) ବାଙ୍କୀ ବିଜେପି ସମବାୟ ସେଲ ସଂଯୋଜକ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଅଜୟ ମୁଦୁଲି ଆଜି ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସେବା ହିଁ ସଂଗଠନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେବା ସହ କରୋନା ସଚେତନତା କଲେ
ଏହି ଅବସରରେ ବାରଙ୍ଗ ବ୍ଳକ ୩୨ ନଂ ଜୋନ ସଭାପତି ପ୍ରଭାତ ମହାପାତ୍ର ଙ୍କ ସହ ଜିଲ୍ଲା କର୍ମକର୍ତ୍ତା ପ୍ରଭାସ ରାଉତ ମଧୁପୁର ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ପ୍ରଭାରୀ ଓ ବହୁ ବିଜେପି ନେତା ଉପସ୍ଥିତ ଥିଲେ ।
କୋଭିଦ-୧୯ ରୋଗୀଙ୍କ ପାଇଁ ଅଣ୍ଟା ଭିଡିଲା କଟକ ଜିଲ୍ଲା କଂଗ୍ରେସ //ଆରମ୍ଭ ହେଲା ନିଶୁଳ୍କ ଆମ୍ବୁଲାନ୍ସ ସେବା
By Ramesh Pradhana ( Fhulnakhara )
କଟକ, ତା ୧୮/୫ – କୋଭିଦ ମହାମାରୀ ବିରୁଦ୍ଧରେ କଟକ ଜିଲା କଂଗ୍ରେସ ପକ୍ଷରୁ ଆଉ ଏକ ଗୁରୁତ୍ବପୂର୍ଣ ଯୋଗଦାନର ଶୁଭାରମ୍ଭ କରାଯାଇଛି I ଦିନକୁ ଦିନ କୋଭିଦ ମହାମାରୀଦ୍ଵାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି I ଏଣୁ କଟକ ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ଉଦ୍ୟମରେ କୋଭିଦ ସଂକ୍ରମିତ ରୋଗୀଙ୍କ ସେବାପାଇଁ ଆଜିଠାରୁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି I ଏହି ଆମ୍ବୁଲାନ୍ସ ସେବା କୋଭିଦ-ସଂକ୍ରମିତ-ରୋଗୀଙ୍କପାଇଁ ଦିନରାତି ଚବିଶଘଣ୍ଟା ସମ୍ପୂର୍ଣ ମାଗଣାରେ ଉପଲବ୍ଧହେବ ଏବଂ ଏଥିପାଇଁ ଦୁଇଟି ଟୋଲ-ଫ୍ରି ନମ୍ବର କରାଯାଇଛି I ଏହି ଟୋଲ-ଫ୍ରି ନମ୍ବରକୁ ଫୋନକଲେ ଆମ୍ବୁଲାନ୍ସ ସେବା ମିଳିପାରିବ I
ଏହା ବ୍ୟତୀତ କଟକ ଜିଲା କଂଗ୍ରେସ ପକ୍ଷରୁ କରୋନା-ସଂକ୍ରମିତ-ରୋଗୀମାନଙ୍କୁ ଭିଟାମିନ ଔଷଧ ଓ ରନ୍ଧାଖାଦ୍ୟ ଯୋଗାଣ ଚାଲୁରହିଛି I କଟକ ଜିଲା କଂଗ୍ରେସ କମିଟି କାର୍ଯ୍ୟଳୟ ପରିସରରେ ଆଜିର ଏହି ଆମ୍ବୁଲାନ୍ସ ସେବା ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସର ନେତା ସତ୍ୟପ୍ରକାଶ ନାୟକ, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ଆଡଭୋକେଟ ଡ ବିପ୍ଲବ ଶିଳାଦିତ୍ୟ, କଟକ ଜିଲା ଛାତ୍ର କଂଗ୍ରେସ ସଭାପତି ଦୀପକ କୁମାର ମହାନ୍ତି , ସଚ୍ଚିଦାନନ୍ଦ ରାଉତ,ବୀରେନ ପଶାୟତ , ରାଜଶେଖର ସ୍ୱାଇଁ, ଶିବାଶିଷ ସାମଲ , ସତିଶ ଶେଖର, ଅରିଜିତ ରାଉତରାୟ,ନରେଶ ବେହେରା,ସେକ ଅନିଶ୍ କୁରେଶୀ, ନିରଞ୍ଜନ ସାହୁ, ସତ୍ୟଜିତ ସେଠୀ, ସମୀର ସାହୁଙ୍କ ସହିତ କଟକ କଂଗ୍ରେସର ବହୁ ଯୁବ ଓ ଛାତ୍ରନେତା ଯୋଗଦେଇଥିଲେ ।
ଭୁବନେଶ୍ୱର ନୟାପଲ୍ଲୀ ରେ ବିଶୋଧନ କାର୍ଯ୍ୟକ୍ରମ
News by Tofan Behera
ଭୁବନେଶ୍ବର ୧୬ / ୫ / ୨୧ (ସଂଯୋଗ ଟୁଡେ) ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ , ସମାଜସେବୀ ସାଗର ବଳବନ୍ତରାୟ ଙ୍କ ନେତୃତ୍ୱ ରେ ଆଜି ନୂଆପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧିନରେ ଥିବା ନୂଆସାହି ଅଞ୍ଚଳ ର ସୀତାପୁର ସାହି , କନ୍ଧ ସାହି , ଖ୍ରୀଷ୍ଟିଆନ ସାହି , କୈବର୍ତ ସାହି , କଲ୍ୟାଣ କୃଷ୍ଣ ନଗର ସାହି , ମହାରଣା ସାହି ଓ ଲେନେ ନଂ. ୩ , ୪ , ୫ ରେ ଘରକୁ ଘର ବୁଲି ବିଶୋଧନ କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ କୁ କୋରନା ର କରାଳ ସମୟରେ ନିଜ ଜୀବନକୁ ଖାତିର ନ କରି ନୁଆସାହି ଆଖଣ୍ଡଳମଣି ପୂଜା କମିଟି ଓ ମୋୖରିୟା ଗ୍ରୁପ ର ଯୁବ ସଦସ୍ୟ ମାନେ ପରିଚାଳନା କରିଥିଲେ ।
ମାଲକାନଗିରି ତାପମାତ୍ରା ସବୁଠୁ ଉପରେ
By Sarang prusti
କଟକ ୧୫ ।୫ । ୨୧ : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଛି ତ୍ରାହି । କିଛି ଦିନ ଧରି ପାରଦ ସାମାନ୍ୟ ହ୍ରାସ ପାଇଥିବା ବେଳେ, ଆଜି ସାମାନ୍ୟ ଗରମ ଅନୁଭୂତ ହୋଇଛି । କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଆଜି ବାଲେଶ୍ବରରେ ତାପମାତ୍ରା ୩୫.୮ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୨, କଟକରେ ୩୬.୪, ପାରାଦୀପରେ ୩୩.୨, ଭୁବନେଶ୍ବରରେ ୩୭.୩, ଗୋପାଳପୁରରେ ୩୩.୧, ପୁରୀରେ ୩୪, ଅନୁଗୁଳରେ ୩୮.୧, ବାରିପଦାରେ ୩୭, ଝାରସୁଗୁଡ଼ାରେ ୩୭.୨, କେନ୍ଦୁଝରରେ ୩୫.୨, ସମ୍ବଲପୁରରେ ୩୮, ସୁନ୍ଦରଗଡ଼ରେ ୩୬, ହୀରାକୁଦରେ ୩୬.୭, ତାଳଚେରରେ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଆମେରିକା ରେ କେତେକ ସ୍ଥାନରେ ମାକ୍ସ କୁ ନେଇ ହଟିଲା କଟକଣା
ଆମେରିକା . ୧୪/୫ – ଆମେରିକାରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଶୀର୍ଷରେ ଥିବା ବେଳେ ଦୈନିକ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମାତ୍ର ଏବେ ସଂଖ୍ୟା ୪୦ ହଜାରକୁ ଖସି ଆସିଛି। ଜୋରଦାର ଟିକାକରଣ ସାଙ୍ଗକୁ କରୋନା ନିୟମର କଡ଼ା ଅନୁପାଳନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଫଳରେ କିଛି ରାଜ୍ୟରେ ବାଧ୍ୟତାମୂଳକ ମାସ୍କ ନିୟମକୁ ବି କୋହଳ କରାଯାଇଛି। ସେହିପରି ଜୁଲାଇ ସୁଦ୍ଧା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯିବା ଆଶା କରାଯାଉଛି। ଏହା ହେଲେ ଶିକ୍ଷାବର୍ଷ ଆରମ୍ଭରୁ ଅର୍ଥାତ୍ ଅଗଷ୍ଟରୁ ଏଠାକାର ସ୍କୁଲ ଓ କଲେଜ ଖୋଲିଯିବା ସମ୍ଭାବନା ରହିଛି।
ବୁଲା ଗାଈ କୁକୁର ଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା
ଭୁବନେଶ୍ୱର 9/5/21 ସଂଯୋଗ ଟୁଡେ
କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି ।
ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ 48 ଟି ମ୍ୟୁନିସପାଲଟି ଓ 61 ଟିଏନ୍ଏ ସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ।
ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ ।
ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ,କଟକ ,ସମ୍ବଲପୁର,ରାଉରକେଲା, ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା ,ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।
ରାଜ୍ୟରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା
📌ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚାଲି ପରିବା ଆଣି ଯାଇପାରିବେ
📌ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ଲାଗୁ ହେବ ନାହିଁ
📌*ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍ଡାଉନ୍ ବଳବତ୍ତର ରହିବ
📌ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ।
📌ବସ୍ ଚଳାଚଳ ବନ୍ଦ ରହିବ।
📌ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ
📌ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ
📌ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍ ବନ୍ଦ ରହିବ,
📌ଯାତ୍ରା, ଅପେରା ଓ ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ,
📌ସେଲୁନ, ପାର୍ଲର ଓ ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
📌ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ବନ୍ଦ ରହିବ
📌ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ,
📌ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ,
📌ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ
📌ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।
📌ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି।
📌ଛାପା, ବୈଦୁ୍ୟତିକ ଗଣମାଧ୍ୟମ,ୱେବ୍ ମିଡିଆକୁ ଅନୁମତି।
📌ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
📌ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ
📌ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା
ନିଜ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ନେଲେ ବଡ ବଡ ନିଷ୍ପତ୍ତି
୨/୫/୨୧ (ସ. ପ୍ର) କଟକ ରୁ ସାରଙ୍ଗ ପୃଷ୍ଟି ଙ୍କ ରିପୋର୍ଟ
ମେ ପାଞ୍ଚ ରୁ ଲକଡାଉନ କୁ ନେଇ ରାଜ୍ୟ ରେ ମିଶ୍ରିତ ପ୍ରତିକ୍ରିୟା ଆସୁଥିବା ବେଳେ ଏହାକୁ ସଚେତନତା ର ସହ ପାଳନ କରିବା ପାଇଁ ସରକାର କଡା ପଦକ୍ଷପ ନେଇଛନ୍ତି , ତେଣୁ ଆସନ୍ତୁ ଏହି ନିଷ୍ପତି କୁ ପାଳନ କରିବା ସହ ନିଜେ ସୁସ୍ଥ ରହି ଅନ୍ୟ କୁ ବି ସୁସ୍ଥ ରଖିବାରେ ସହଯୋଗ କରିବା
କୋରନା ବିରୋଧରେ କେମିତି ଲଢିବା
ଦ୍ୱିତୀୟ ଲହର ର ଭୟାଭୟ ସ୍ଥିତି ପାଇଁ କିଛି ନିୟମ
1-ନଖ ଉଷୁମ ପାଣି ସହ କାଢ଼l ପିଅନ୍ତୁ.
2-ମଦ ସିଗାରେଟ ଛାଡ଼ନ୍ତୁ., କାରଣ ସିଗାରେଟ କଫ ବୃଦ୍ଧି କରେ.
3- ଶରୀର ରେ oxygen ମାତ୍ର ବଢାଇବା ପାଇଁ ପ୍ରାଣାୟାମ କରନ୍ତୁ. କିଛି ଶାରୀରିକ ବ୍ୟାୟାମ କରନ୍ତୁ.
4-ଯଦି ଆପଣ କୋରନl ରେ ପୀଡିତ ହେଲେ. ଭୟ ନ କରି ଡାକ୍ତର ପରାମର୍ଶ ସହ ନିଜ ଭିତରେ positive energy ପାଇଁ କିଛି meditation କରନ୍ତୁ.
5-immunity ବଢାଇବା ପାଇଁ କ୍ଷୀର ରେ ହଳଦୀ ପକାଇ ପିଅନ୍ତୁ.
6 – A/C କୁ avoid କରନ୍ତୁ.
7 -ମାସ୍କ ପିନ୍ଧିବା ସହ sanitizer ବି ନିଜ ପାଖରେ ରଖନ୍ତୁ.
8-ଆପଣ ଙ୍କ ର ଫ୍ରିଜ ଥଣ୍ଡା ପାଣି ପିଅନ୍ତୁ ନାହିଁ.