ବାରଙ୍ଗ ତା ୧୧.୦୬.୨୦୨୧ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଟିକାକରଣ କ୍ଷେତ୍ରରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ଓ ଅବହେଳାର ଦୃତ ସମାଧାନ ନିମନ୍ତେ ଏସୟୁସିଆଇ(ସି) ପକ୍ଷରୁ ବିଭିନ୍ନ ନ୍ୟାଯ୍ୟ ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ କରୋନା ସଂକ୍ରମଣ ଓ ମୃତ୍ୟୁ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ସରକାରୀ ପରିସଂଖ୍ୟାନ ଓ ବାସ୍ତବ ଚିତ୍ର ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ଅନ୍ୟାନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ବହୁ ଲୋକ ଚିକିତ୍ସା ବିନା ହନ୍ତସନ୍ତ ହେଉଛନ୍ତି, ଅନେକଙ୍କର ମୃତ୍ୟୁ ହେଉଛି ଯାହା ସରକାରୀ ପରିସଂଖ୍ୟାନ ବାହାରେ । କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ପରିବାର ଶାରୀରିକ ଓ ମାନସିକ ଯନ୍ତ୍ରଣା ମଧ୍ୟରେ ଜୀବନ ବିତାଉଛନ୍ତି, ବହୁ ଶିଶୁ ସନ୍ତାନ ସଂପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି । ଅନ୍ୟପଟରେ ଅସହାୟ ଲୋକ ଚିକିତ୍ସାସେବା ଓ ଟିକା ପାଇବା ପାଇଁ ଘରୋଇ ଚିକିତ୍ସା କେନ୍ଦ୍ରର ଅମାନବିକ ଶୋଷଣର ଶୀକାର ହେଉଛନ୍ତି । ପୁଣି ଦାରିଦ୍ର୍ୟ, ବେକାରୀ, ବିଭିନ୍ନ ରୋଗ ବ୍ୟାଧି ଓ ୟାସ୍ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଜର୍ଜରିତ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି; ଖାଇବା ତେଲ, ଆଳୁ, ପିଆଜ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ପେଟ୍ରୋଲ, ଡିଜେଲର ଲଗାମହୀନ ଆକାଶଛୁଆଁ ଦରବୃଦ୍ଧି । ଦୁଃଖର ସହିତ କହିବାକୁ ପଡୁଛି, ଏହି ଅସ୍ୱାଭାବିକ ପରିସ୍ଥିତିରେ ଲୋକଙ୍କର ମଙ୍ଗଳ ନିମନ୍ତେ କୌଣସି ମାନବିକ ପଦକ୍ଷେପ ନ ନେଇ ସରକାର ଅନଲାଇ୍ରେ ଘରେ ଘରେ ମଦ ଯୋଗାଣ ପାଇଁ ବ୍ୟବସ୍ଥା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହି ପରିସ୍ଥିତିରେ ଆଜି ଏସୟୁସିଆଇ(ସି) ପକ୍ଷରୁ ପ୍ରତି ଜିଲ୍ଲା ଓ ବ୍ଲକରେ କୋଭିଡ ହସ୍ପିଟାଲ ସ୍ଥାପନ, ମାଗଣାରେ ଔଷଧ ଯୋଗାଣ ସହ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ମାଗଣାରେ ଟିକାକରଣ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଆକାଶଛୁଆଁ ମୂଲ୍ୟବୃଦ୍ଧି ବନ୍ଦ କରିବା, କରୋନା ମହାମାରୀ ସମୟରେ କର୍ମଚ୍ୟୁତ ଓ କ୍ଷତିଗ୍ରସ୍ତ ସମସ୍ତଙ୍କୁ ଆର୍ôଥକ ସହାୟତା ସହିତ କର୍ମନିଯୁକ୍ତି ଯୋଗାଇ ଦେବା, ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଦାବିରେ ଆହୂତ ସାରା ଓଡିଶା ପ୍ରତିବାଦ ଦିବସ ଅବସରରେ ଦଳର ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ ପ୍ରଦର୍ଶନକାରୀମାନେ ଅନଲାଇନରେ ଦାବି ସମ୍ମଳିତ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ଏସୟୁସିଆଇ(ସି) ପକ୍ଷରୁ ଏକ ୫ ଦଫା ଦାବି ସମ୍ମଳିତ ସ୍ମାରକପତ୍ର ବାରଙ୍ଗ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମେଲ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ସମ୍ପାଦକ ସିଦ୍ଧାର୍ଥ ରଥ, କମିଟିର ବରିଷ୍ଠ ସଦସ୍ୟ ଅଶୋକ ବେହେରା, ରବିନ୍ଦ୍ର ନାୟକ, ଟିକା ସାମଲ, ଅଭିରାମ ବେହେରା, ଅନ୍ତର୍ଯ୍ୟାମୀ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ଅରବିନ୍ଦ ବେହେରା, ସନ୍ତୋଷ ଓଝା, ରାଜେଶ ରାଉତ, ରାକେଶ ରାଉତ ପ୍ରମୂଖ ଭାଗ ନେଇଥିଲେ ।