ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭାରତ ବର୍ଷର କୋଣ ଅନୁକୋଣ ରେ ନିଧି ସଂଗ୍ରହ କାର୍ଯକ୍ରମ ଚାଲୁରହିଛି । ଏହି ପରିପ୍ରେକ୍ଷୀରେ ନିଜେ ନିଜକୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ପ୍ରଭୁ ଙ୍କ କୃପା ପାଇବା ପାଇଁ ସବୁ ସ୍ତରର ପ୍ରଭୁ ଭକ୍ତ ମାନେ ନିଜ ନିଜ କୁ ନିଧି ସଙ୍ଗ୍ରହ କାର୍ଯ୍ୟକ୍ରମ ରେ ଲଗାଇ ଦେଇଛନ୍ତି , ଆସା ସେଇ ଗୁଣ୍ଡୁଚି ମୂଷା ର କାର୍ଯ୍ୟ କରିବାର ଯାହା ସେତୁ ବନ୍ଧନ ସମୟରେ ସେଇ ଛୋଟ ଗୁଣ୍ଡୁଚି ମୂଷା କରି ଥିଲା ଯାହା ଆଜି ମଧ୍ୟ ପୁରାଣ ପୃଷ୍ଠା ରେ ସ୍ୱର୍ଣିମ ଅକ୍ଷର ରେ ଲିପିବଦ୍ଧ ହୋଇରହିଛି ।
ଏହି ପରି ପ୍ରେଖିରେ ବାରଙ୍ଗ ଅଞ୍ଚଳ ରୁ ମଧ୍ୟ ପ୍ରତି ପଞ୍ଚାୟତ ଓ ଗ୍ରାମ ସ୍ତରରେ ରାମଭକ୍ତ ମାନେ ଘରକୁ ଘର ବୁଲି ନିଧି ସଂଗ୍ରହ କାର୍ଯକ୍ରମ ଜାରିରଖିଛନ୍ତି , କୁହ୍ନେଇପଡା ଗ୍ରାମ ପଞ୍ଚାୟତ ଫକୀର ପଡା ଗାଁ ରେ ନିଧି ସଂଗ୍ରହ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଗ୍ରାମ ଓ ଗାଁ ରେ ବେବସାୟ କରୁଥିବା ଛୋଟ ବଡ ଦୋକାନୀ ଭାଇ ମାନେ ମଧ୍ୟ ନିଧି ଦାନ କରି ସଂଗ୍ରହ କରି ମାନଙ୍କୁ ସମ୍ମାନିତ କରିଥିଲେ , କାର୍ଯ୍ୟକ୍ରମ ରେ ରାମଭକ୍ତ ବୁଲୁ ସ୍ୱାଇଁ , ସୁନୀଲ ସ୍ୱାଇଁ , ବାବୁ ସ୍ୱାଇଁ , ମଧୁସୂଦନ ସ୍ୱାଇଁ ଓ ବହୁ ରାମଭକ୍ତ ଯୋଗଦେଇ ଭଜନ କୀର୍ତ୍ତନ ଓ ରାମଧୁନ ଉଚ୍ଚାରଣ କରି ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ଅର୍ଥେ ନିଧି ସଂଗ୍ରହ କରିଥିଲେ
ବାରଙ୍ଗ ରୁ ସାରଙ୍ଗ ପୃଷ୍ଟି ଙ୍କ ରିପୋର୍ଟ ସଂଯୋଗ ଟୁଡେ