କଟକ ( ୨୦ / ୦୫ / ୨୦୨୨ ) ରାମଲୀଳା ନାଟ୍ୟ ପରିବେଷଣ କ୍ଷେତ୍ରରେ ରଣଜିତ ସାର ଙ୍କୁ ମିଳିଲା ସୁ ସଫଳ ନିର୍ଦେଶକ ର ସନ୍ମାନ ।

0
117
ମାରୁତି ମଣ୍ଡପ ରେ ସୁ ସଫଳ ନିର୍ଦେଶକ ଭାବେ ସମ୍ମାନିତ ହେବା ସମୟରେ ମୁଖ୍ୟ ଅତିଥି ମାରୁତି ଶ୍ରୀ କାଶିନାଥ ମଲିକ ପୁଷ୍ପ ହାର ଦେଇ ସନ୍ମାନିତ କରୁଛନ୍ତି

ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଚାଲିଛନ୍ତି ଓଡ଼ିଶାର ସୁନାମଧନ୍ୟ ରାମଲୀଳା ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଣଜୀତ ପ୍ରସାଦ ଜେନା , ଜଣେ ଅତ୍ୟନ୍ତ ଭଦ୍ର ଓ ଅମାୟୀକ ଓ ରାମ ଭକ୍ତ ଭାବେ ସେ ଆଜି ସାରା ରାଜ୍ୟରେ ପରିଚିତ , ନିଜର ରାମଭକ୍ତି ଓ କଠିନ ପରିଶ୍ରମ ଫଳରେ ସେ ଆଜି ଓଁ ମା ହାଟେଶ୍ୱରି ଶ୍ରୀରାମଲିଳା କଳା ପରିଷଦ କୋଟସାହି ଟାଙ୍ଗୀ ଓ କଟକ ଉପକଣ୍ଠ ମା ବିମଳା ରାମଲୀଳା ସମିତି ପାଇକ ସାହି ଭଳି ଓଡ଼ିଶାର ସୁନାମଧନ୍ୟ ରାମଲୀଳା ନାଟ୍ୟ ସଂସ୍ଥା ରେ ଜଣେ ସଫଳ ନିର୍ଦେଶକ ଭାବେ କାର୍ଯ୍ୟ ଜାରି ରଖିଥିବା ବେଳେ , ତାଙ୍କ ନାଟ୍ୟ ନିର୍ଦ୍ଦେଶନାରେ ଏହି ଦୁଇ ଅନୁଷ୍ଠାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାମଲୀଳା ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚ ପ୍ରଶଂସିତ ହୋଇଥିବା ଓ ସୁନାମ ଅର୍ଜନ କରିଥିବା ଦେଖିବାକୁ ମିଳିଛି , ଖାସ ସେଇଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଣଜୀତ ପ୍ରସାଦ ଜେନା ଙ୍କୁ ସଫଳ ନିର୍ଦେଶକ ଭାବେ ସମ୍ମାନିତ କରାଯାଇଥିବା ବେଳେ , କଟକ ଚାଉଳିଆଗଞ୍ଜ ରେ ଆରମ୍ଭ ହୋଇଥିବା ରାମଲୀଳା ମହୋତ୍ସବ ରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବ ରେ ଓଡ଼ିଶା ର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ କାମେଶ୍ୱର ନାଟ୍ୟ ସଂଘ ଓ ସୁନାମଧନ୍ୟ ଲେଖକ ଓ ନାଟ୍ୟକାର ସ୍ୱର୍ଗତ ମାରୁତି ଶ୍ରୀ ରବିନ୍ଦ୍ର କୁମାର ସେଠି ଙ୍କ ପରିବାର ପକ୍ଷରୁ ଓ ମାରୁତି ମଣ୍ଡପ ର ବରିଷ୍ଠ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ସଭାପତି ମାରୁତି ଶ୍ରୀ କାଶିନାଥ ମଲିକ ଚଳିତ ବର୍ଷ ପାଇଁ ରାମଲୀଳା କ୍ଷେତ୍ରରେ ସୁ ସଫଳ ନିର୍ଦେଶକ ଭାବେ ଶ୍ରୀଯୁକ୍ତ ରଣଜୀତ ପ୍ରସାଦ ଜେନା ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି , ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସନ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ , ୪୨ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ମିନା ସାହୁ , ବିଶ୍ୱଜିତ ପଟେଲ , ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ରାମ ଭକ୍ତ ମାନେ ଉପସ୍ଥିତ ଥିଲେ ।।

ସନ୍ମାନିତ ଅତିଥି ମାନଙ୍କ ଗ୍ରହଣ ରେ ରଣଜୀତ ପ୍ରସାଦ ଜେନା

LEAVE A REPLY

Please enter your comment!
Please enter your name here