ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ.
ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସଦଙ୍କ କାର୍ଯ୍ୟାଳୟ ବନ୍ଦ କରଯାଇଥିଲା । ଗତକାଲି ଅଣ୍ଡା ଓ ଢେଲା ମାଡ଼ କରିଥିଲେ ବିଜେଡ଼ି କର୍ମୀ । ୱାର୍ଡ ନମ୍ବର 28ରେ ଆଚାର୍ଯ୍ୟ ବିହାର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସାଂସଦ । ଜଣଙ୍କ ଘରକୁ ନିମନ୍ତ୍ରଣ ଥିଲା । 45 ଜଣ ବରିଷ୍ଠ ନାଗରିକ ଥିଲେ । 20 ଜଣ ମହିଳା ଥିଲେ । ସେମାନେ ଭୟଭୀତ ଥିଲେ । 2 ଦିନ ହେଲା ଜଣେ ବରିଷ୍ଠ ବିଜେଡ଼ି ନେତା ଆୟୋଜକଙ୍କୁ 4 ଥର ଫୋନ କରି ଅପରାଜିତାଙ୍କୁ ନଡାକିବା ପାଇଁ କହିଥିଲେ । ପରିଷଦ ହଲରେ ବିଶୃଙ୍ଖଳା କରାଗଲା । ଯେଉଁ ସବୁ କାମ ଅଛି ଆମେ କରୁଛୁ ବୋଲି କହିଥିଲେ ବିଜେଡ଼ି ନେତା । ଆଚାର୍ଯ୍ୟ ବିହାର ପରିଷଦ ମାନେ ସାହସ ଦେଖାଇଲେ । କହିଲେ ସାଂସଦଙ୍କ ସହ ରହି ବିକାଶ ମୂଳକ କାମ କରିବେ । କବାଟ ଝରକା ବନ୍ଦ କରିବାକୁ ପଡ଼ିଲା । ହଙ୍ଗାମା କଲେ ବିଜେଡ଼ି କର୍ମୀ । 4 ଘଣ୍ଟା ଜଣଙ୍କ ଡ୍ରଇଂ ରୁମରେ ରହିଲେ ସାଂସଦ । 500ରୁ ଅଧିକ ଲୋକ ଏକାଠି ହୋଇଥିଲେ । ସମସ୍ତ ଫୋଟୋ ଉପଲବ୍ଧ ଅଛି । ଅନ୍ୟ ୱାର୍ଡର ଅନେକ ଲୋକଙ୍କୁ ଡକାଯାଇଥିଲା । ଗୋ ବ୍ୟାକ୍ ଓ ଡାଉନ ଡାଉନ ନାରା ଦିଆଯାଇଥିଲା । ଅଣ୍ଡା ଓ ଟେକା ମାଡ଼ କଲେ ବିଜେଡ଼ି କର୍ମୀ । ସାଂସଦ ରାତି 12 ଟାରେ ବାହାରି ପୋଲିସ ଏସକର୍ଟରେ ଫେରିଲେ । ସାଂସଦ ନିଜ କର୍ମୀଙ୍କୁ ସଞ୍ଜମତା ରକ୍ଷା କରିବା ପାଇଁ କହିଲେ । ଏହା ଏକ ସୁନିୟୋଜିତ ଆକ୍ରମଣ ଥିଲା । କୌଣସି ସ୍ଲୋଗାନ ଏଲପିଜି ଓ ତୈଳ ଦର ଵୃଦ୍ଧି କରିବାକୁ ନେଇ ହୋଇନଥିଲା । ଏହା ଦ୍ବିତୀୟ ଘଟଣା ।
- ଯଦି ସେହି ଟେକା ପଥର ଅନ୍ୟ ମହିଳା କିମ୍ବା ବରିଷ୍ଠ ନାଗରିକଙ୍କୁ ଲାଗିଥାନ୍ତା । କିଏ ଦାୟୀ ହୋଇଥାନ୍ତା । ରାଜ୍ୟ ସରକାର ହିଁ ଦାୟୀ ହୋଇଥାନ୍ତେ । ଲୋକଙ୍କୁ ଏତେ ଭୟବିତ କାହିଁକି କରାଗଲା । ଏହା ହୀନ ରାଜନୀତି ଓ ଅସହିଷ୍ଣୁତା । ବିରୋଧର ଗୋଟିଏ ପ୍ରକ୍ରିୟା ଓ ସାଳିନତା ଥାଏ ।
- ଏନସିଆରବି ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ମହିଳା ଅପରାଧରେ ଓଡିଶା ଦ୍ବିତୀୟ ସ୍ଥାନରେ ଅଛି । ସାଂସଦଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି ।
ବିଜେଡ଼ି ପକ୍ଷରୁ ମହିଳା ମାନଙ୍କୁ ଯେଉଁ ଅତ୍ୟାଚାର ଓ ଦମନର ପ୍ରକ୍ରିୟା ଚାଲିଛି । ସେମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ମହିଳା ଅପରାଧରେ ପ୍ରଥମ କରିବାକୁ ଚାହୁଁଛନ୍ତି । ମୋର ଭୁଲ କଣ ? ଲୋକଙ୍କ କାମ କରିବା ଭୁଲ କି ? ବିଜେଡ଼ି ଏହା ଜବାବ ରଖୁ । - ଗତକାଲି ରାତିରେ ଆକ୍ରମଣକାରୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି । ଡିସିପି ଓ ସିପିଙ୍କ ସହ ଆଲୋଚନା ହୋଇଛି । ପ୍ରଦୀପ୍ତ ବଡ଼ଜେନା ଯୁବ ମୋର୍ଚ୍ଚାର ସଭାପତି, ତାଙ୍କ ଗୋଡ଼ରେ ଜଣେ ମହିଳା କାମୁଡ଼ି ଦେଇଛନ୍ତି । ସମସ୍ତ ଘଟଣାର ଭିଡିଓ ରେକଡ଼ିଂ ଅଛି । ବିଜେଡ଼ିର କେଉଁ ନେତା ଫୋନ କରିଥିଲେ । ତାହା ସାମ୍ନାକୁ ଆସିବା ଦରକାର । ସବୁ ଜିନିଷର ସୀମା ଥାଏ । ବିନମ୍ର ରହିବା ଦରକାର ।
22 ବର୍ଷର ସରକାର ରହିଲେ ଅହଙ୍କାର ଆସିଯାଏ । ଦୁର୍ଯ୍ୟୋଧନ ଓ ରାବଣ କଥା ମାନେ ପଡ଼ିଯାଉଛି । ଆମେ ନଇଁକି ଚାଲିବା କଥା, ବିଜେଡ଼ି କର୍ମୀ ଭୁଲି ଯାଉଛନ୍ତି । ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ଓଡିଶା ?
ଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟ ହେଉଛି ଓଡିଶା । ଆମେ ସମସ୍ତେ ତାଙ୍କ ପ୍ରତି ସମର୍ପିତ ଅଛୁ । ଏଭଳି ଗୁଣ୍ଡାଗର୍ଦି ଓ ଅରାଜକତା କାହାକୁ ଦରକାର ନାହିଁ । ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ଏବଂ ଜଣେ ମହିଳା ସାଂସଦ ହିସାବରେ ମୁଁ ସୁରକ୍ଷିତ ନୁହେଁ । ରାଜ୍ୟ ସରକାରଙ୍କ ଦାୟୀତ୍ୱ ସାଂସଦଙ୍କୁ ସୁରକ୍ଷା ଦେବା ।
ଗୋଟିଏ କଥା ସନ୍ଦେହ ହେଉଛି । ମୁଖ୍ୟମନ୍ତ୍ରୀ ଅରାଜକତା ପ୍ରତି ଅବଗତ ଅଛନ୍ତି ତ ? 2 କିମି ଦୂରରେ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ଘର । ଗତକାଲି ଘାଟନ ବିଷୟରେ ସେ ଅବଗତ ଅଛନ୍ତି ତ । ବୋଧେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁ କଥା ପହଞ୍ଚୁ ନାହିଁ । ଯଦି ଜାଣି ନାହାନ୍ତି ତେବେ ଏହା ସାଢେ 4 କୋଟି ଓଡିଶାବାସୀ ଓ 2 କୋଟି 50 ଲକ୍ଷ ମହିଳାଙ୍କ ପାଇଁ ଦୁର୍ଭାଗ୍ୟ ଜନକ ।
ସମସ୍ତ ଆକ୍ରମଣକାରୀଙ୍କ ଫୋଟୋ ଅଛି । ସେମାନଙ୍କୁ ଏତେ ଡର କାହିଁକି । ଯଦି କିଛି ଅଭିଯୋଗ ଅଛି ମତେ କୁହନ୍ତୁ ।
ରାଜ୍ୟ ସରକାରଙ୍କୁ ଅନୁରୋଧ, ମହିଳା ସାଂସଦଙ୍କୁ କାମ କରିବା ପାଇଁ ଦିଅନ୍ତୁ । ରାଜ୍ୟ ସରକାରଙ୍କ ଦାୟୀତ୍ୱ ନିର୍ବାଚିତ ପ୍ରତିନିଧିଙ୍କୁ ସୁରକ୍ଷା ଦେବା । ଆଜି ଠୁ ରାଜ୍ୟ ସାରା ବୁଲିବି । ରାଜ୍ୟ ସରକାର ସୁରକ୍ଷା ଦେବାକୁ ବାଧ୍ୟ । ମତେ ଉଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଇଛି ।
ପୋଲିସ ଓ ପ୍ରଶାସନ ଉପରେ ଭରସା ଅଛି । 24 ଘଣ୍ଟା ଭିତରେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏ ବିଷୟରେ ମୁଁ ପୁଣି ପୋଲିସ କମିଶନରଙ୍କୁ ପଚାରିବି ।
ଓଡିଶା ରାଜ୍ୟର ଇତିହାସରେ ଏଭଳି ଗୁଣ୍ଡାଗର୍ଦି ହୋଇନଥିଲା । ସମସ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ।
29 ନଭେମ୍ବରରେ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଓଡିଶାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବେ ଅପରାଜିତା । ଗତକାଲିର ଆକ୍ରମଣ ପରେ ବି ମୁଁ ଭୟବିତ ନୁହେଁ । ଆଗକୁ ଆହୁରି ବିକାଶମୂଳକ କାମ ହେବ ଏବଂ ଦୃତଗତିରେ ହେବ ।