ନିଆଳି ଅଭିମନ୍ୟୁ ସଙ୍ଗଠନ ପକ୍ଷରୁ ନିଆଳି ବ୍ଲକ ସାମ୍ନାରେ ଧାରଣା , ନରେଗା ଶ୍ରମିକ ଙ୍କୁ ୫୦୦ ଟଙ୍କା ପ୍ରାପ୍ଯ ମିଳୁ

0
109
କଟକ – ନିଆଳି (୨୮ / ୬ / ୨୧) ଆଜି ନିଆଳି ରେ ମା ମାଟି ପାଇଁ ଲଢେଇ କରୁଥିବା ଅଭିମନ୍ୟୁ ସଙ୍ଗଠନ ପକ୍ଷରୁ ନିଆଳି ବ୍ଲକ ସମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ଆପଣ ଭାବୁଥିବେ ଏଭଳି ଘଡିସନ୍ଧି ମୁହୂର୍ତ୍ତ ରେ ପୁଣି କଣ ପାଇଁ ଏ ପ୍ରତିବାଦ , ହଁ ଆଁଗ୍ୟା ପ୍ରତିବାଦ ପଛରେ ରହିଛି ଗୋଟେ ବୃହତ ଉଦେଶ୍ୟ , କଥା ଟି ହେଲା ଏହି ପଛୁଆ ନିର୍ବାଚନ ମଣ୍ଡଳୀ ରେ ସରକାରୀ ସହାୟତା ପ୍ରଚୁର ମାତ୍ରା ରେ ସରକାର ପହଁଚାଉଥିବା କହୁଥିବା ବେଳେ ଏଠି ଏବେ ବି ଅନେକ ହିତାଧିକାରୀ ନିଜର  ଉଚିତ ପ୍ରାପ୍ୟ ପାଇପାରୁନଥିବା ଅଭିଯୋଗ ହେଉଛି । ସବୁଠୁ ବଡ କଥା ହେଲା ଫନି ବାତ୍ୟା ରେ ପାନଚାଷୀ ମାନଙ୍କ ଯେଉଁ କ୍ଷୟକ୍ଷତି ହୋଇଥିଲା ତାହା ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ କୋରନା ର କରାଳ ସମୟରେ କେବଳ ନିଆଳି ନୁହେଁ ଏ ସଙ୍ଗଠନ ଏନ ଏ ଆର ଜି ଇ ଏସ ରେ କାମ କରୁଥିବା ଗାଁ ଅଞ୍ଚଳ ର ଗରିବ ଅସହାୟ ଲୋକମାନଙ୍କୁ ଯେତିକି ପ୍ରାପ୍ୟ ମିଳୁଛି ତାହା ତା ଜୀବନ ରେ ଚଳିବା ପାଇଁ ପର୍ଯ୍ୟାପ୍ତ ନୁହେଁ , ଯଦି ରାଜ୍ୟ ସରକାର ଙ୍କ ଜଣେ ସରକାରୀ କର୍ମଚାରୀ ଅତି କମରେ ୧୮ ରୁ ୨୦ ହଜାର ଟଙ୍କା ପାଇ ମଧ୍ୟ ଦରମା ଅଣ୍ଟୁନଥିବାରୁ ଅନେକ ବିଭାଗରେ କର୍ମଚାରୀ ମାନେ ପ୍ରତିବାଦ କରୁଛନ୍ତି  , ସେଠି ଏବେ ଶ୍ରମିକ ମାନଙ୍କୁ ଯୋଗାଇ ଦିଆଜାଉଥିବା ୩୦୦ ଟଙ୍କା ରୁ କମ ମଜୁରି ରେ ଜଣେ ଲୋକ ତା ପରିବାର ଧରି ଚଳିବ ବା କେମିତି ? ସବୁତ ବଢେଇଲେ ସରକାର ମାତ୍ର ସେଇ ପୁରୁଣା ମଜୁରି ରେ ଏବେ ଦରରେ ଚଳିବା କଣ ସମ୍ଭବ ? ତେଣୁ ସର୍ବନିମ୍ନ ମଜୁରି ୫୦୦ ଟଙ୍କା କରିବା ପାଇଁ ଆଜି ନିଆଳ ମାଟିରୁ ଜଣେ ମାଟି ମାକୁ ଭଲପାଉଥିବା ଯୁବକ ଅଭିମନ୍ୟୁ ମଲିକ ଙ୍କ ଯେଉଁ ସ୍ୱର ଉତ୍ତୋଳନ ହୋଇଛି , ତାହା ନିଶ୍ଚିତ ଭାବରେ ସାରା ଓଡିଶା ରେ ଯେ ପ୍ରଭାବ ନପକାଇବ କିଏ କହିପାରିବ , ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ନିଶ୍ଚିନ୍ତ ପଦକ୍ଷେପ ନେବେ ବୋଲି ଆସା କରୁଛୁ , କାରଣ ଆଜି ର ପ୍ରତିବାଦ ସଭା କୋଣସି ରାଜନୈତିକ ଦଳର ନଥିଲା କି ସେଠାକୁ ଟଙ୍କା ଦେଇ କାହାକୁ ଡକା ଯାଇନଥିଲା , ଆଜି ର ପ୍ରତିବାଦ ରେ ଯେଉଁ କେତେଜଣ ଯୁବକ ଓ ଅସହାୟ ଲୋକ ଥିଲେ ସେ ସମସ୍ତେ ଅଭିମନ୍ୟୁ ଙ୍କ ସହ ନିଜ ର ହକ ପାଇଁ ପ୍ରତିବାଦ କରିଥିଲେ ବୋଲି ନିଆଳି ର ବହୁ ରାଜନୈତିକ ସମୀକ୍ଷକ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି

LEAVE A REPLY

Please enter your comment!
Please enter your name here