ବାଲେଶ୍ୱର – ୧୬ / ୬ / ୨୧ – (ସଂଯୋଗ ଟୁଡେ) କରୋନାରେ ନିଜ ବାପା ମାଆଙ୍କୁ ହରାଇଥିବା ଦୁଇ ଅବୋଧ ଶିଶୁ (ଜଣେ ସାତ ବର୍ଷର ଝିଅ ଓ ଜଣେ ଦେଢ଼ ମାସର ପୁଅ)ଙ୍କୁ ନିମାତପୂର୍ ବାସଭବନରେ ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଭୋଗରାଇ ବ୍ଲକ କଂଗ୍ରେସ ଭେଟିଛି ।ବାଲେଶ୍ଵର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକଙ୍କ ସହଯୋଗରେ ଶିଶୁପୁତ୍ରର ଖାଦ୍ୟଖର୍ଚ୍ଚ ବାବଦରେ ନଗଦ ୧୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ଶ୍ରୀ ପଟ୍ଟନାୟକ ଓ ଭୋଗରାଇ କଂଗ୍ରେସର ମିଳିତ ଉଦ୍ୟମରେ ଶିଶୁ ପୁତ୍ରକୁ ଚାରିବର୍ଷ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇବା, ସ୍ନାତକ ହାସଲ କରିବା ପର୍ଯ୍ୟନ୍ତ ଉଭୟ ଭାଇ-ଭଉଣୀଙ୍କ ପାଠ ପଢା ଖର୍କ ବହନ କରିବା , ୧୬ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କର ଚିକିତ୍ସା ଖର୍ଚ୍ଚ ବହନ କରାଯିବାର ଦାୟିତ୍ଵ ନିଆଗଲା ।