ଜୀବନ ବଞ୍ଚେଇବା ଏକ ଛୋଟିଆ କଥା ନୁହେଁ କିମ୍ବା ସବୁ ସମୟରେ ଏକ ସହଜ ପ୍ରକ୍ରିୟା ମଧ୍ୟ ନୁହେଁ। ଏଥିପାଇଁ ଆବଶ୍ୟକ ଉନ୍ନତ ମାନ ଡାକ୍ତରୀ ଶିକ୍ଷା, ଡାକ୍ତରୀ ଦଳର ଅଭିଜ୍ଞତା ଓ ଆବଶ୍ୟକ ସରଞ୍ଜାମ।
ECMO କହିଲେ Extracorporeal Membrane Oxygenation କୁ ବୁଝାଏ। ଫୁସଫୁସ ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏହି ଅଙ୍ଗ ମାଧ୍ୟମରେ ଆମେ ଶ୍ୱାସ-ପ୍ରଶ୍ୱାସ ପ୍ରକ୍ରିୟା କରିଥାଉ।
ଆଜିକୁ ପ୍ରାୟ ୬୦ ବର୍ଷ ପୂର୍ବେ ଆବିଷ୍କାର ହୋଇଥିଲା VENTILATOR। ଯେତେବେଳେ ଫୁସଫୁସ ଠିକ୍ ଭାବରେ ନିଶ୍ୱାସ-ପ୍ରଶ୍ୱାସ ନେଇ ପାରୁନଥିଲା ସେତେବେଳେ ଆବଶ୍ୟକ ପଡୁଥିଲା ଏହି ଭେଣ୍ଟିଲେଟର୍। ଏହି ଯନ୍ତ୍ର ମାଧ୍ୟମରେ ଶରୀରର ଫୁସଫୁସ କୁ ସିଧାସଳଖ ଛଡା ହୁଏ ଅମ୍ଲଜାନ (Oxygen) ଓ ଏହାଦ୍ବାରା ନିଶ୍ୱାସ ପ୍ରଶ୍ୱାସ ନେବା ପ୍ରକ୍ରିୟାର ଏକ ପ୍ରକାର ଅବିକଳ ନକଲ ହୁଏ। ଏହି ପ୍ରକ୍ରିୟାରେ ସବୁଠାରୁ ବଡ ସମସ୍ୟା ହେଉଛି ଜୋର ଗତିରେ ଫୁସଫୁସ ମଧ୍ୟେ ମାଡ ହେଉଥିବା ଅମ୍ଲଜାନ ଓ ଶରୀର ଭିତରେ ବଢୁଥିବା ଅମ୍ଲଜାନ ମାତ୍ରା (Oxygen Concentration). ଏହି ସମସ୍ୟାର କୌଣସି ସମାଧାନ ନଥିଲା ପ୍ରାୟ ୬୦ ବର୍ଷ ଧରି ଏବଂ ଡାକ୍ତର ମାନେ ମଧ୍ୟ ସଠିକ ଭାବେ କହିବା ଅସମ୍ଭବ ହୁଏ କେତେବେଳେ ଓ କେମିତି କେତେ ମାତ୍ରାରେ ଫୁସଫୁସ ନଷ୍ଟ ହେଉଛି ଅବା ଆକ୍ରାନ୍ତ ହେଉଛି। ତେଣୁ ଏହି ସମସ୍ୟା ର ନିଦାନ ବାହାରିଲା ପ୍ରାୟ ୬୦ ବର୍ଷ ପରେ ଯାହା ଅଟେ ECMO ଚିକିତ୍ସା।
ଏହି ECMO ଚିକିତ୍ସା ମାଧ୍ୟମରେ ଫୁସଫୁସ ନଷ୍ଟ ହୋଇନଥାଏ ଏବଂ VENTILATOR ଦ୍ୱାରା ହୋଇଥିବା କ୍ଷତି କୁ ମଧ୍ୟ ପରିପୂର୍ଣ୍ଣ କରିଥାଏ। ଏହି ECMO ଦ୍ୱାରା ଆମ ସମ୍ପୂର୍ଣ୍ଣ Cardio Respiratory System କାର୍ଯ୍ୟ କରିଥାଏ। ପ୍ରଥମେ ରୋଗୀ ଶରୀରରୁ ରକ୍ତ ଏକ କୁତ୍ରିମ ଫୁସଫୁସ ମାଧ୍ୟମରେ ସଂସୋଧିତ କରାଯାଏ ଏବଂ ଶରୀର ଭିତରକୁ ଅମ୍ଲଜାନ ଯୁକ୍ତ ରକ୍ତ ପମ୍ପ କରାଯାଏ ଏହାଦ୍ବାରା ଶରୀରର ବିଭିନ୍ନ ଅଙ୍ଗ ସବୁ ଠିକ୍ ଭାବରେ କାର୍ଯ୍ୟ କରିଥାଏ।
ଏହି ECMO ଚିକିତ୍ସା ପାଇଁ ଆବଶ୍ୟକ ପଡେ ଅଭିଜ୍ଞ ଡାକ୍ତର ଦଳ ଓ ୨୪×୭ ରୋଗୀ ଉପରେ ନଜର। ତେଣୁ ଏହାର ସବୁଠାରୁ ବଡ଼ ଅସୁବିଧା ହେଉଛି ଆମ ନିକଟରେ ଡାକ୍ତର ମାନଙ୍କ ସଂଖ୍ୟା କମ ଓ ଜନସଂଖ୍ୟା ବହୁତ ଅଧିକ।
Ventilator ର ମଧ୍ୟ ନିଜ ଭଲ ଓ ଖରାପ ଦିଗ ରହିଛି ଯେମିତି, ଭଲ ଦିଗ ଅଟେ – ତୁରନ୍ତ ସେବା ଓ ସବୁଆଡେ ଉପସ୍ଥିତ ଚିକିତ୍ସା ପ୍ରଣାଳୀ ଏବଂ ଖରାପ – ଏହାର ଅତିରିକ୍ତ ବ୍ୟବହାର ଦ୍ୱାରା ଫୁସଫୁସ ନଷ୍ଟ ହୋଇଥାଏ।