ଓଡ଼ିଶା : ୯ / ୬ / ୨୧ – କାହ୍ନୁ ଚରଣ ଦଳେଇ ଙ୍କ ରିପୋର୍ଟ ସଂଯୋଗ ଟୁଡେ
ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ସୋସାଇଟି ଚେଞ୍ଜର୍ସ ପକ୍ଷରୁ ଏକ ୱେବିନାର ମାଧ୍ୟମରେ ଏହି ବିଷୟରେ ଏକ ଅନଲାଇନ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କା ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ରହି ବିଷୟରେ ନିଜର ମତାମତ ରଖି କହିଥିଲେ କେମିତି ଏହି ଦର ବୃଦ୍ଧି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି ଓ ଏହା କୁ ବିରୋଧ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଦଳ ମତ ନିର୍ବିଶେଷରେ। ସମାନ ଭାବରେ ସୋସାଇଟି ଚେଞ୍ଜର୍ସ ସଂଗଠନ ରାଜ୍ୟ ସଭାପତି ଶ୍ରୀ ସାରଦା ପ୍ରସାଦ ଦାସ ମଧ୍ୟ ନିଜ ଅଭିଭାଷଣରେ ଏହି ତୈଳ ଦର ବୃଦ୍ଧି କୁ ବିରୋଧ କରିବା ସହ କେମିତି ଏହି ତୈଳ ଦର ବୃଦ୍ଧି ଦ୍ୱାରା ଅନ୍ୟ ସବୁ ଜିନିଷର ଦର ବୃଦ୍ଧି ପାଉଛି ଓ କେମିତି ଏଥିରୁ ନିସ୍ତାର ମିଳିବ ଓ କେମିତି ଲୋକମାନେ ଏକଜୁଟ ହୋଇ ଏହାକୁ ବିରୋଧ କରିପାରିବେ ସେ ଦିଗରେ ନିଜର ମତାମତ ଦେଇଥିଲେ। ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ଶିବ ପ୍ରସାଦ ଦାସ ଓ ସଂଗଠନର ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶୁଭମ ଚୌଧୁରୀଙ୍କ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ।
ଶେଷରେ ରାଜ୍ୟ ସାଂଗଠନିକ ସମ୍ପାଦକ ଅମ୍ଳାନ ବଡୁ ଧନ୍ୟବାଦ ଦେଇଥିଲେ।