By Ramesh Pradhana ( Fhulnakhara )
କଟକ, ତା ୧୮/୫ – କୋଭିଦ ମହାମାରୀ ବିରୁଦ୍ଧରେ କଟକ ଜିଲା କଂଗ୍ରେସ ପକ୍ଷରୁ ଆଉ ଏକ ଗୁରୁତ୍ବପୂର୍ଣ ଯୋଗଦାନର ଶୁଭାରମ୍ଭ କରାଯାଇଛି I ଦିନକୁ ଦିନ କୋଭିଦ ମହାମାରୀଦ୍ଵାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି I ଏଣୁ କଟକ ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ଉଦ୍ୟମରେ କୋଭିଦ ସଂକ୍ରମିତ ରୋଗୀଙ୍କ ସେବାପାଇଁ ଆଜିଠାରୁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି I ଏହି ଆମ୍ବୁଲାନ୍ସ ସେବା କୋଭିଦ-ସଂକ୍ରମିତ-ରୋଗୀଙ୍କପାଇଁ ଦିନରାତି ଚବିଶଘଣ୍ଟା ସମ୍ପୂର୍ଣ ମାଗଣାରେ ଉପଲବ୍ଧହେବ ଏବଂ ଏଥିପାଇଁ ଦୁଇଟି ଟୋଲ-ଫ୍ରି ନମ୍ବର କରାଯାଇଛି I ଏହି ଟୋଲ-ଫ୍ରି ନମ୍ବରକୁ ଫୋନକଲେ ଆମ୍ବୁଲାନ୍ସ ସେବା ମିଳିପାରିବ I
ଏହା ବ୍ୟତୀତ କଟକ ଜିଲା କଂଗ୍ରେସ ପକ୍ଷରୁ କରୋନା-ସଂକ୍ରମିତ-ରୋଗୀମାନଙ୍କୁ ଭିଟାମିନ ଔଷଧ ଓ ରନ୍ଧାଖାଦ୍ୟ ଯୋଗାଣ ଚାଲୁରହିଛି I କଟକ ଜିଲା କଂଗ୍ରେସ କମିଟି କାର୍ଯ୍ୟଳୟ ପରିସରରେ ଆଜିର ଏହି ଆମ୍ବୁଲାନ୍ସ ସେବା ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସର ନେତା ସତ୍ୟପ୍ରକାଶ ନାୟକ, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ଆଡଭୋକେଟ ଡ ବିପ୍ଲବ ଶିଳାଦିତ୍ୟ, କଟକ ଜିଲା ଛାତ୍ର କଂଗ୍ରେସ ସଭାପତି ଦୀପକ କୁମାର ମହାନ୍ତି , ସଚ୍ଚିଦାନନ୍ଦ ରାଉତ,ବୀରେନ ପଶାୟତ , ରାଜଶେଖର ସ୍ୱାଇଁ, ଶିବାଶିଷ ସାମଲ , ସତିଶ ଶେଖର, ଅରିଜିତ ରାଉତରାୟ,ନରେଶ ବେହେରା,ସେକ ଅନିଶ୍ କୁରେଶୀ, ନିରଞ୍ଜନ ସାହୁ, ସତ୍ୟଜିତ ସେଠୀ, ସମୀର ସାହୁଙ୍କ ସହିତ କଟକ କଂଗ୍ରେସର ବହୁ ଯୁବ ଓ ଛାତ୍ରନେତା ଯୋଗଦେଇଥିଲେ ।