ଆମେରିକା ରେ କେତେକ ସ୍ଥାନରେ ମାକ୍ସ କୁ ନେଇ ହଟିଲା କଟକଣା

0
103

ଆମେରିକା . ୧୪/୫ – ଆମେରିକାରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଶୀର୍ଷରେ ଥିବା ବେଳେ ଦୈନିକ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମାତ୍ର ଏବେ ସଂଖ୍ୟା ୪୦ ହଜାରକୁ ଖସି ଆସିଛି। ଜୋରଦାର ଟିକାକରଣ ସାଙ୍ଗକୁ କରୋନା ନିୟମର କଡ଼ା ଅନୁପାଳନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଫଳରେ କିଛି ରାଜ୍ୟରେ ବାଧ୍ୟତାମୂଳକ ମାସ୍କ ନିୟମକୁ ବି କୋହଳ କରାଯାଇଛି। ସେହିପରି ଜୁଲାଇ ସୁଦ୍ଧା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯିବା ଆଶା କରାଯାଉଛି। ଏହା ହେଲେ ଶିକ୍ଷାବର୍ଷ ଆରମ୍ଭରୁ ଅର୍ଥାତ୍ ଅଗଷ୍ଟରୁ ଏଠାକାର ସ୍କୁଲ ଓ କଲେଜ ଖୋଲିଯିବା ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here