ନରାଜ ରେ ଟିକା କରଣ ପାଇଁ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ନିବେଦନ

0
128

କଟକ (୨୯/୦୪/୨୧) ସାରଙ୍ଗ ପୃଷ୍ଟି ଙ୍କ ରିପୋର୍ଟ

ବର୍ତମାନ କୋରନା ର ଘଡିସନ୍ଧି ମୁହୂର୍ତ୍ତ ଏହି ପରିପ୍ରେକ୍ଷୀରେ ଟିକା କରଣ ବେବସ୍ଥାକୁ ବ୍ୟାପକ କରିବା ଉପରେ ଗୁରୁତ୍ବ ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର , ଏହି ଭଳି ସମୟରେ ବାରଙ୍ଗ ବ୍ଳକ ନରାଜ ମାର୍ଥାପୁର ପଞ୍ଚାୟତ ର ଜନସାଧାରଣ ଟିକା ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ନରାଜ ର ଜନସାଧାରଣ ଟିକା ନେବାପାଇଁ ସ୍ଥାନୀୟ ମୁଣ୍ଡଳି ପଞ୍ଚାୟତ ରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ , ନରାଜ ରୁ ମୁଣ୍ଡଳିର ଦୂରତା ପାଇଁ ଅଟୋ କିମ୍ବା ଗାଡି ଭଡା କରିଯିବା ପାଇଁ ପଡୁଛି , ଜାହା ତ ଦୂରବାଟ ସେଥିରେ ପୁଣି ମୁଣ୍ଡଳି ସ୍ୱାସ୍ଥ୍ୟକେନ୍ଦ୍ର ରେ ପର୍ଯ୍ୟାପ୍ତ ପରିମାଣର ଟିକା ନଥିବା ରୁ ନରାଜ ରୁ ଜାଉଥିବା ଜନସାଧାରଣ ନାହିଁ ନଥିବା ସମସ୍ୟା ର ସମୁଖିନ ହେଉଛନ୍ତି , ଏଠି ସରକାର ମାଗଣା ଟିକା ଏଭଳି ସମୟରେ ଯୋଗାଇ ଦେଉଥିବା ବେଳେ ନରାଜ ରୁ ଅଟୋ କିମ୍ବା ଗାଡି ଭଡା କରି ଯାଉଥିବା ସାଧାରଣ ଲୋକେ ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା ନ୍ୟାୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ହୃଦୟଗମ କରି , ପଞ୍ଚାୟତ ଓ ଆଦର୍ଶ ସେବା ସଂଗଠନ ର କର୍ମକର୍ତ୍ତା ମାନେ ଏ ନେଇ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟି ନରାଜ ରେ ଥିବା ଏ ଏନ ଏମ କେନ୍ଦ୍ରରେ ଟିକା କରଣ ର ବ୍ୟବସ୍ଥା କରାଇବା ପାଇଁ ନିବେଦନ କରିବା ସହ ଏକ ନିବେଦନ ପତ୍ର ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପ୍ରଦାନ କରିଛନ୍ତି

LEAVE A REPLY

Please enter your comment!
Please enter your name here