କେନ୍ଦ୍ର ବଜେଟ୍ ୨୦୨୧ -୨୨ ଚରମ ଜନସ୍ୱାର୍ଥ ବିରୋଧ ଏସ୍‌.ୟୁ.ସି.ଆଇ(ସି)

0
63

କଟକ (ସଂଯୋଗ ଟୁଡେ) ତା ୦୨.୦୨.୨୧ – କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ବାରା ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ ୨୦୨୧-୨୨କୁ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରକ୍ଷାକାରୀ ତଥା ଚରମ ଜନସ୍ୱାର୍ଥ ବିରୋଧୀ ଦର୍ଶାଇ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ପକ୍ଷରୁ ସଂପାଦକ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ଜିଲ୍ଲା ଅଫିସ୍ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଦସ୍ୟ ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ସସ୍ମିତା ମହାନ୍ତି, ଦିପକ ଦାସ, ଭାଗ୍ୟରବି ଦାସ, ବିନୋଦ ସେଠୀ ସଂଗଠକ ଇଶା ଧର, ପାଭେଲ୍ ପ୍ରିୟଦର୍ଶନ, ସ୍ୱାଧୀନୀ ବେହେରା, ଶିବାନୀ ସାହୁ, ଶୁଭସ୍ମିତା ସାହୁ, ଅମରେନ୍ଦ୍ର ନାୟକ, ସରୋଜ ମାନସିଂହ ପ୍ରମୁଖଙ୍କ ଉପସ୍ଥିତିରେ ସ୍ଥାନୀୟ କଲେଜଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ କୁହାଯାଇଛି ଯେ, ଦେଶରେ କରୋନା ମହାମାରୀ ସଂକ୍ରମଣଭଳି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣ ଚାକିରୀ ହରାଇ ଜୀବନ-ଜୀବିକା ପାଇଁ ସଂଘର୍ଷ କରୁଥିବା ବେଳେ ଲୋକଙ୍କର ମୌଳିକ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଦରଦାମ ବୃଦ୍ଧି, ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି, ବେକାରୀ ସୃଷ୍ଟି କରିବା, ଛଟେଇ, ରାଷ୍ଟ୍ରାୟାତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହର, ଅସଂଖ୍ୟ କଳକାରଖାନା ବନ୍ଦ କରିବା, ଚାଷୀମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟରୁ ବଂଚିତ କରିବା ଇତ୍ୟାଦିର ସମସ୍ତ ଯୋଜନା କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ବୀମା, ବ୍ୟାଙ୍କ ଇତ୍ୟାଦି ଗୁଡିକର ଘରୋଇକରଣ ପାଇଁ ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟରେ, ଯେତେବେଳେ ଦେଶର ଅନ୍ନଦାତା ଚାଷୀକୁଳ ସାରା ଦେଶର ଜନସାଧାରଣଙ୍କ ସମର୍ଥନରେ ଦିଲ୍ଲୀଠାରେ ଦୀର୍ଘଦିନ ଧରି ଐତିହାସିକ ଆନ୍ଦୋଳନ ଚଳାଇ ରଖିଛି ଏବଂ ୧୫୩ଜଣ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁ ଘଟିସାରିଲାଣି, ଏହା ସତ୍ତେ ୍ୱ ମଧ୍ୟ ସରାକାର କିନ୍ତୁ ସେମାନଙ୍କ ଦାବିକୁ ଗ୍ରହଣ କରିନାହାଁନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟକୁ ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ କରାଯାଇନାହିଁ । ଅଥଚ ଅତ୍ୟନ୍ତ ପ୍ରତାରଣପୂର୍ଣ୍ଣଭାବେ ବହୁ ସନ୍ଦେହଜନକ ତଥ୍ୟ ଉପସ୍ଥାପନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଉଥିବାର କହି ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରିଛନ୍ତି । ସେହିପରି ଶିକ୍ଷାକ୍ଷେତ୍ରରେ ମଧ୍ୟ ୬.୧୩ ପ୍ରତିଶତ ବଜେଟ୍ ହ୍ରାସ କରାଯାଛଇଛି ଏବଂ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଲାଗୁ କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଫଳରେ ଶିକ୍ଷାରେ ଘରୋଇକରଣ-ବୟବସାୟୀକରଣ-ଧନ୍ଦାମୁଖୀକରଣ ତଥା କେନ୍ଦ୍ରୀକରଣ ତୀବ୍ରରୂପ ଧାରଣ କରିବ । ଏହାଛଡା ପ୍ରତ୍ୟକ୍ଷ ଟିକସ ହାରରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆକାଶଛୁଆଁ ଦରଦାମ ବୃଦ୍ଧି, ସ୍ୱଳ୍ପ ଆୟ, ବ୍ୟାଙ୍କ ସୁଧ ହାରରେ ହ୍ରାସ ପରିସ୍ଥିତିରେ ମଧ୍ୟବିତ୍ତ ଶ୍ରେଣୀର ପ୍ରତ୍ୟକ୍ଷ ଟିକସଦାତାମାନେ ମଧ୍ୟ ଆର୍ଥିକ ଅନଟନ ପରିସ୍ଥିତିର ସମ୍ମୁଖୀନ ହେବେ । ସେହିପରି ଆତ୍ମନିର୍ଭର ଭାରତ ଯୋଜନା ମାଧ୍ୟମରେ କର୍ପୋରେଟ୍ ହାଉସକୁ ସର୍ବାଧିକ ମୁନାଫା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।
ଏଣୁ ମୋଦି ସରକାରଙ୍କ ଏହି ପ୍ରତାରଣାପୂଣ୍‌ର୍ ତଥା ଜନବିରୋଧୀ ଆଭିମୂଖ୍ୟ ବିରୁଦ୍ଧରେ ଦେଶର ସର୍ବସ୍ତରର ଜନସାଧାରଣ ସଂଗଠିତ ହେବାକୁ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଆହ୍ୱାନ ଦିଆଯାଇଛି ।

କଟକ ରୁ ଅଞ୍ଜନ ସିଠ ଙ୍କ ରିପୋର୍ଟ ସଂଯୋଗ ଟୁଡେ

LEAVE A REPLY

Please enter your comment!
Please enter your name here