କଟକ-(ଶୁଭ୍ରମ ବାରିକ ଙ୍କ ରିପୋର୍ଟ) ବିଜୟ ବସନ୍ତିଆଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହାପୂର୍ବରୁ ସେ ପର୍ଯ୍ୟାୟକ୍ରମେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଓ ସାଧାରଣ ସମ୍ପାଦକ ଭାବେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି । ବିଜୁ ଛାତ୍ର ଜନତା ଦଳର ଉପସଭାପତି ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଜୟ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅଧ୍ୟୟନ ସମୟରେ ୨୦୧୧ ମସିହାରେ ବିପିୟୁଟି ଷ୍ଟୁଡେଣ୍ଟ ୟୁନିଅନ ଓ ୨୦୧୩ରେ ଡିପ୍ଲୋମା ଷ୍ଟୁଡେଣ୍ଟ ୟୁନିଅନ ପ୍ରତିଷ୍ଠା କରି ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଦିଗରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି।