ଲେଖକ ପରିଚୟ
ଅମରନାଥ ବାରିକ୍
ଶିକ୍ଷାଗତ ଯୋଗ୍ଯତା –
କଳା ରେ ସ୍ନାତକ
ଗ୍ରାମ – କୟାଁ
ଭାୟା – ମଙ୍ଗଳପୁର
ବ୍ଲକ – ଦଶରଥପୁର
ଜିଲ୍ଲା – ଯାଜପୁର
ରାଜ୍ୟ – ଓଡିଶା
ପିନ୍ – ୭୫୫୦୧୧
ମୋ – ୯୫୪୦୩୦୮୦୯୫
ପ୍ରାଣୀ ଜଗତର ମୂଳର କାରଣ
ବୃକ୍ଷ ଅଟେ ମହା ଧନ
ବୃକ୍ଷ ଅଟେ ଏକା ସାଥି ଜୀବନର
ବୃକ୍ଷ ବିନା ହୀନିମାନ ।
ବୃକ୍ଷ ଠାରୁ ମିଳେ ଫୁଲ ଫଳ ଆଦି
ଘରୋଇ ଉପକରଣ
ବୃଦ୍ଧ ବୟସରେ ସାହା ହୋଇଥାଏ
ଆଶା ବାଡିର କାରଣ ।
ଚଉକି ଟେବୁଲ କାଠ ପଟା ବାକ୍ସ
ଖାଦ୍ୟ ପାଇଁ ଦିଏ ଜାଳ
ସବୁଠାରୁ ଶ୍ରେଷ୍ଠ ଅମ୍ଳଜାନ ଦିଏ
ବଞ୍ଚିବା ପାଇଁ ନିର୍ମଳ ।
କେବେ ପଡିଗଲେ ରୋଗର ଶଯ୍ୟାରେ
ଔଷଧ ଯୋଗାଇ ଦିଏ
ଥକି ପଡିଗଲେ ବାଟର ବାଟୋଇ
ଖରା ବେଳେ ଛାଇ ଦିଏ ।
ଜଗତ କଲ୍ୟାଣ ନିମନ୍ତେ କରଇ
ବରଷା ବୃଷ୍ଟିର ଜଳ
ପର ଉପକାର ପାଇଁ ତା ଜନମ
ବିତାଏ ଜୀବନ କାଳ ।
ଜନମ ହୋଇଲେ ଏନ୍ତୁଡ଼ି ଶାଳରେ
ହୁଏ କାଠ ପ୍ରୟୋଜନ
ବାଳୁତ କାଳରେ କଣ୍ଢେଇ ଖେଳଣା
ଗାଡି ଘୋଡା ଓ ବିଭିନ୍ନ ।
ବିବାହ ବେଦୀରେ ହୋମ ନିଆଁ ପାଇଁ
ପଡିଥାଏ ଏହା ଖୋଜା
ସଵାରୀ ପାଲିଙ୍କି ଗଢିବା ପାଇଁ କି
କାଠ ହୋଇଥାଏ ଖଞ୍ଜା ।
ଆଗଡ଼ ଶଗଡ଼ କୋକେଇ ଯୂଇରେ
କାଠର ଆବଶ୍ୟକତା
ବୃକ୍ଷ ଜୀବନର ପ୍ରକୃତର ବନ୍ଧୁ
ଆବାଳ ବୃଦ୍ଧ ବନିତା ।
କାଠୁରିଆ ଭାଈ ନ ପକାଅ ହାଣି
ସମ୍ପଦ ଅଟେ ଆମର
କର ପ୍ରତିଦିନ ବୃକ୍ଷ ର ରୋପଣ
ଗୋଟିଏ ମାତ୍ର ସଂଖ୍ୟାର ।
ସମାପ୍ତ