ଯେ ଆଗେ ଝାମ୍ପ ଦେଇଛି ଆଗେ ପଥ ଦେଖାଇଛି ସେ-ହିଁ ନେତା ; ନତୁବା କେବଳ କଥାରେ କି ନେତା ହୋଇ ହୁଏ ? ଆଗେ ଅନ୍ୟପାଇଁ ଯଥାସର୍ବସ୍ବ ଢା଼ଳିଦିଅ ଦଶଜଣଙ୍କ ପାଦରେ ମଥା ବିକ୍ରୟ କର , ଆଉ , କାହାରି ଦୋଷ ବୋଲି ଦୋଷ ଦେଖିବା ଭୁଲିଯାଅ , ସେବାରେ ଆତ୍ମହରା ହୁଅ , ତେବେ ନେତା , ତେବେ ଦେଶର ହୃଦୟ , ତେବେ ଦେଶର ରାଜା , ନତୁବା ସେ ସବୁ କେବଳ ମୁହେଁ ମୁହେଁ ହୁଏ ନାହିଁ ।