କଟକ-: (ଶୁଭ୍ରମ ବାରିକ ଙ୍କ ରିପୋର୍ଟ) ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ନେଇ ରାଜ୍ୟସରକାର ଙ୍କ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ରେ ଅବସ୍ଥାପିତ କୂଳପତିଙ୍କ କ୍ଷମତା ସଙ୍କୁଚିତ କରାଯିବା ସହ ସେମାନଙ୍କ ଭୂମିକାକୁ ଗୌଣ କରିବା ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ରାଜନୀତି କରଣ କରାଯାଉଥିବା ଯୁବମୋର୍ଚ୍ଚା ଅଭିଯୋଗ କରିଛି। ବିଶ୍ୱବିଦ୍ୟାଳୟ ଗବେଷଣା ଓ ଜ୍ଞାନର କ୍ଷେତ୍ର।
ବିଶ୍ୱବିଦ୍ୟାଳୟର ସମ୍ମିଳିତ ପ୍ରଚେଷ୍ଟା ଗବେଷଣା ର କ୍ଷେତ୍ର କୁ ସୁଗମ ଓ ସହଜ କରିଥାଏ। ଗବେଷଣା ନିମିତ୍ତ ଯେଉଁ ସ୍ଵାଧିନତା ଆବଶ୍ୟକ ଏହି ବ୍ୟବସ୍ଥା ଦ୍ୱାରା ତାହା ଅସମ୍ଭବ ମନେ ହେଉଥିବା ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏହି ଛାତ୍ର ବିରୋଧୀ ଅଧିନିୟମ ସଂଶୋଧନ କୁ ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯିବା ସହ ସଭାପତି ସ୍ଵାଧୀନ ମହାନ୍ତି ଙ୍କ ନେତୃତ୍ୱରେ ଶୁକ୍ରବାର ରେଭେନ୍ସା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟସରକାର ଏହି ଅଧିନିୟମ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର ନକଲେ ଯୁବମୋର୍ଚ୍ଚା ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହି ବିକ୍ଷୋଭରେ ସାଧାରଣ ସମ୍ପାଦକ ଗଗନ ଓଝା, ସମ୍ପାଦକ ସାର୍ଥକ ରାୟ, ଉପସଭାପତି କୀର୍ତ୍ତି ରଞ୍ଜନ ପଟ୍ଟନାୟକ, ମନୋଜ ସାହୁ, ଦୀପକ ଦାସ, ପ୍ରଶାନ୍ତ ଦାସ, ଅମୂଲ୍ୟ କୁମାର, ରାକେଶ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।