ବାଙ୍କୀ ର ବାଦାନ୍ୟ ଦମ୍ପତ୍ତି

0
465

କଟକ – (ବାଙ୍କୀ ରୁ ପ୍ରତାପ ନାଏକ ଙ୍କ ରିପୋର୍ଟ) ଚଳିତ ବର୍ଷ ବନ୍ୟାରେ ବାଙ୍କୀ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି ,
ପ୍ରଶାସନ ପକ୍ଷରୁ ବନ୍ୟା ସମୟରେ ସବୁପ୍ରକାର ପ୍ରସ୍ତୁତି କରାଯାଇଥିବ ସ୍ୱତେ ଅନେକ ସ୍ଥାନରେ ବେତିକ୍ରମ ଦେଖିବାକୁ ମିଳିଥିଲା । ଯାହା ଫଳରେ କ୍ଷୟକ୍ଷତି ଅନେକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଲୋକ ମାନେ ଏବେ ଚାହିଁ ବସିଛନ୍ତି ସରକାରୀ ସହାୟତା କୁ , ପ୍ରଶାସନିକ ସ୍ତରରେ କ୍ଷୟକ୍ଷତି ଆକଳନ କରାଯାଇଥିବାବେଳେ ଏବେ ଅପେକ୍ଷା ସରକାରୀ ସହାୟତା କୁ ।
ଏହି ପରିପ୍ରେକ୍ଷୀରେ ଏବେ ବି ଏମିତି କିଛି ସ୍ଥାନ ଅଛି ଯେଉଁଠି ଲୋକମାନେ ଏବେବି ଅସହାୟ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି ,
ସେଥିପାଇଁ ଅନେକ ସ୍ୱତ୍ସାସେବି ସଙ୍ଗଠନ ଲୋକମାନଙ୍କ ପାଖରେ ପହଞ୍ଚି ତାଙ୍କୁ ସହଯୋଗ କରୁଥିବା ବେଳେ ଆଜି ଶିମିଳିପୁର ପଞ୍ଚାୟତ ର ଅତ୍ୟଧିକ କ୍ଷତିଗ୍ରସ୍ତ ଅଞ୍ଚଳ ଶୁଖୁଆ ଖଳାରେ ସ୍ଥାନୀୟ କରବର ନିବାସୀ ସହୃଦୟବ୍ୟକ୍ତି ସମାଜସେବୀ ସୁରେନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ଙ୍କ ଦ୍ୱାରା ବନ୍ୟାପିଡିତ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ରନ୍ଧା ଖାଦ୍ୟ ଗ୍ରାମର ୩୦୦ ଲୋକଙ୍କୁ ବଣ୍ଟନ କରାଯାଇଥିବା ବେଳେ ଲୋକଙ୍କ ସହ ମିଶି ଦମ୍ପତ୍ତି ଖାଦ୍ୟ ଖାଇଥିଲେ ।

LEAVE A REPLY

Please enter your comment!
Please enter your name here