କଟକ ରୁ ଶୁଭ୍ରମ ବାରିକ ଙ୍କ ରିପୋର୍ଟ
ହାତରେ ଟ୍ୟୁମର ହୋଈଥିବା ଝିଅ କୁନିପଣ୍ଡା । ଘର ଚନ୍ଦନପୁର,ବାଲିପଡା,ପୁରୀ ହାତରେ ଅତ୍ୟାଧିକ ମାତ୍ରାରେ କଷ୍ଟ ପାଉଥିବାରୁ ସୋସିଆଲ୍ ମିଡ଼ିଆ ରେ ନିଜ ଚିକିତ୍ସା ର ଖର୍ଚ୍ଚ ନିମନ୍ତେ ସହାୟତା କରିବାକୁ ଅନୁରୋଧ କରିଥିଲେ । ସେହି ଭିଡିଓ ଦେଖି କଟକ ଯୁବ ପରିବାରର ସଦସ୍ୟ ମାନେ ତାଙ୍କ ସହିତ ଫୋନ୍ ରେ କଥା ହୋଈ ହାତର ସମସ୍ୟା ବିଷୟରେ ବୁଝିଥିଲେ ଏବଂ ତାଙ୍କୁ ସାହାଯ୍ୟର ହାତ ବଢାଇବାକୁ ଆଶ୍ବାସନା ଦେଈଥିଲେ । ଆଜି କଟକ ଯୁବ ପରିବାର ର ସଦସ୍ୟମାନେ ଚନ୍ଦନପୁର,ପୁରୀ ରେ ପହଞ୍ଚି କଟକ ରୁ ନେଈଥିବା ମା କଟକଚଣ୍ଡୀ ଙ୍କ ଫଟୋ,ପାଦୁକ ଏବଂ ମା ଙ୍କ ଆଶୀର୍ବାଦ ସହିତ ୧୧,୧୦୧ ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ଆଗାମୀ ଦିନରେ ତାଙ୍କ ସହିତ ସମ୍ପର୍କ ରେ ରହି ଚିକିତ୍ସା କିଭଳି ଉନ୍ନତ ମାନର ହୋଈପାରିବ ସେ ବିଷୟରେ ତାଙ୍କ ସହିତ ଆଲୋଚନା କରିଥିଲେ ।