LATEST ARTICLES

ଘର ଭଡ଼ା ପାଇଁ ଯୋଗାଯୋଗ କରନ୍ତୁ

CISF ndrf ନିକଟରେ ଘରଭଡ଼ା ପାଇଁ ଯୋଗାଯୋଗ କରନ୍ତୁ

1 bhk ରୁମ୍ ସହ ଭଲ ପାର୍କିଙ୍ଗ ବ୍ୟବସ୍ଥା ଓ ପରିବାରିକ ପରିବେଶ

ଯୋଗାଯୋଗ

ନରୋତ୍ତମ ଗ୍ରହଚାର୍ଯ୍ୟ – 7978299261

ବିଜେପି ଯୁବନେତା ନିରଞ୍ଜନ ବାରିକ୍ ଙ୍କ ଜନ୍ମଦିନ ରେ ୧୦୦୦ କମ୍ବଳ ବଣ୍ଟନ

ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀ ନାରୀ ନେତ୍ରୀ ସୈାଭାଗ୍ୟ ଲକ୍ଷ୍ମୀ ଦାସ ନିରଞ୍ଜନ ଙ୍କ ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ କେକ୍ ଖୁଆଉଥିବା ର ଦୃଶ୍ୟ

ଭୁବନେଶ୍ଵର (୧୧/୧/୨୦୨୩ ) ମଧ୍ୟମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୯ ନମ୍ବର ୱାର୍ଡ ରେ ବିଜେପି ଯୁବନେତା ନିରଞ୍ଜନ ବାରିକ୍ ଙ୍କ ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ମଧ୍ୟରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ କରାଯାଇଥିବା ବେଳେ , ସନ୍ଧ୍ୟା ସମୟରେ ରାଜଧାନୀ ରାଜରାସ୍ତାରେ ଜୀବନ ବିତାଉଥିବା ଅସହାୟ ଓ ଗରିବ ଶ୍ରେଣୀର ଲୋକମାନଙ୍କୁ ମଧ୍ୟ କମ୍ବଳ ବଣ୍ଟନ ସହ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା , ଏହି କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ତଥା ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀ ନାରୀ ନେତ୍ରୀ ସୈାଭାଗ୍ୟ ଲକ୍ଷ୍ମୀ ଦାସ ଙ୍କ ସହ ଅନ୍ୟ ନେତୃମଣ୍ଡଳୀ ଯୋଗଦେଇ ଏହି ମହତ କାର୍ଯ୍ୟ କୁ ପ୍ରଶଂସା କରିବା ସହ ଯୁବନେତା ନିରଞ୍ଜନ ବାରିକ୍ ଙ୍କ ମଙ୍ଗଳ କାମନା କରି ଏଭଳି କାର୍ଯ୍ୟ ଆଗକୁ ଜାରି ରଖିବାକୁ ପ୍ରେରଣା ଦେଇଥିଲେ

ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶୀତ

ଭୁବନେଶ୍ୱର : ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ କଳାକାର ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରେ ରୁଷିଆର ଜର୍ଜ କିଟ୍ , ଭାରତର ରିଚା ଦେବ୍ , ପାୟଲ ପଟେଲ, ଶ୍ୟାମ ଭାଟିଆ ଓ ଉଦୟ ଟକକେ ଥିଲେ।

ସମଗ୍ର ଓଡ଼ିଶାରୁ ନିଶାସ୍ ସାଲୁନ ଓ ବିୟୁଟି ଏକାଡେମୀର ୨ ଜଣ ଟ୍ରେନର ହେୟାର ଷ୍ଟାଇଲିଷ୍ଟ ସୁଶ୍ରୀ ଗୋସ୍ବାମୀ ଓ ମେକାପ କଳାକାର ମଦିହା ଜମାଲ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ। ଏହି ଅବସରରେ ଦୁଇ ଜଣଙ୍କୁ ସ°ସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ସେମାନେ ଫେରିବା ପରେ ନିଶାସ ସାଲୁନ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ନିଶାସ ସାଲୁନର ମୁଖ୍ୟ ନିଶା ଅଲ୍ଲୀ କହିଥିଲେ କଟକ ଓ ଭୁବନେଶ୍ୱରରେ ନିଶାସ ସାଲୁନ ଦୀର୍ଘ ୨୦ ବର୍ଷ ହେଲା କାମକରି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛି।

ଆଜି ଆମେ ଗର୍ବ ଅନୁଭବ କରୁଛୁ। ଆମର ଦୁଇଜଣ ଟ୍ରେନର ଜାତୀୟ ସ୍ତରରେ ନିଜର ସୁନାମ କରିବା ସହିତ ଓଡ଼ିଶାର ଗୈାରବ ବଢାଇଛନ୍ତି। ସୁଶ୍ରୀ ଗୋସ୍ବାମୀ ଦିଲ୍ଲୀରେ ଦୁଇ ଦୁଇଥର ସ୍ବର୍ଣ୍ଣ ପଦକ ଜିତି ଆମ ସାଲୁନ ଓ ଏକାଡେମୀର ମର୍ଯ୍ୟାଦା ବଢାଇଛନ୍ତି। ସେମାନଙ୍କ ତତ୍ବାବଧାନରେ ଶିକ୍ଷା ଗ୍ରହଣ କରୁଥିବା ଆମ ଏକାଡେମୀର ଛାତ୍ରଛାତ୍ରୀ ଦେଶ ବିଦେଶରେ ନିଶ୍ଚୟ କୃତିତ୍ୱ ହାସଲ କରିବେ।

ଏଥି ସହିତ ୨୦୧୨ ମସିହାରୁ ଵିଉଟିସିଆନ୍ ମାନଙ୍କ ଦକ୍ଷତା ବିକାଶ ପାଇଁ ଟ୍ରେନିଂଙ୍କ କାର୍ଯ୍ୟକ୍ରମ ଓ ଜାତୀୟ ସ୍ତରୟ ପ୍ରତିଯୋଗିତା ଆୟୋଜନ କରି ଆସୁଥିବା ହେଆର ଆଣ୍ଡ ବିୟୁଟି ସଂଘକୁ ଧନ୍ୟବାଦ ଦେଇଥିଲେ

କଟକ ( ୨୦ / ୦୫ / ୨୦୨୨ ) ରାମଲୀଳା ନାଟ୍ୟ ପରିବେଷଣ କ୍ଷେତ୍ରରେ ରଣଜିତ ସାର ଙ୍କୁ ମିଳିଲା ସୁ ସଫଳ ନିର୍ଦେଶକ ର ସନ୍ମାନ ।

ମାରୁତି ମଣ୍ଡପ ରେ ସୁ ସଫଳ ନିର୍ଦେଶକ ଭାବେ ସମ୍ମାନିତ ହେବା ସମୟରେ ମୁଖ୍ୟ ଅତିଥି ମାରୁତି ଶ୍ରୀ କାଶିନାଥ ମଲିକ ପୁଷ୍ପ ହାର ଦେଇ ସନ୍ମାନିତ କରୁଛନ୍ତି

ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଚାଲିଛନ୍ତି ଓଡ଼ିଶାର ସୁନାମଧନ୍ୟ ରାମଲୀଳା ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଣଜୀତ ପ୍ରସାଦ ଜେନା , ଜଣେ ଅତ୍ୟନ୍ତ ଭଦ୍ର ଓ ଅମାୟୀକ ଓ ରାମ ଭକ୍ତ ଭାବେ ସେ ଆଜି ସାରା ରାଜ୍ୟରେ ପରିଚିତ , ନିଜର ରାମଭକ୍ତି ଓ କଠିନ ପରିଶ୍ରମ ଫଳରେ ସେ ଆଜି ଓଁ ମା ହାଟେଶ୍ୱରି ଶ୍ରୀରାମଲିଳା କଳା ପରିଷଦ କୋଟସାହି ଟାଙ୍ଗୀ ଓ କଟକ ଉପକଣ୍ଠ ମା ବିମଳା ରାମଲୀଳା ସମିତି ପାଇକ ସାହି ଭଳି ଓଡ଼ିଶାର ସୁନାମଧନ୍ୟ ରାମଲୀଳା ନାଟ୍ୟ ସଂସ୍ଥା ରେ ଜଣେ ସଫଳ ନିର୍ଦେଶକ ଭାବେ କାର୍ଯ୍ୟ ଜାରି ରଖିଥିବା ବେଳେ , ତାଙ୍କ ନାଟ୍ୟ ନିର୍ଦ୍ଦେଶନାରେ ଏହି ଦୁଇ ଅନୁଷ୍ଠାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାମଲୀଳା ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚ ପ୍ରଶଂସିତ ହୋଇଥିବା ଓ ସୁନାମ ଅର୍ଜନ କରିଥିବା ଦେଖିବାକୁ ମିଳିଛି , ଖାସ ସେଇଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଣଜୀତ ପ୍ରସାଦ ଜେନା ଙ୍କୁ ସଫଳ ନିର୍ଦେଶକ ଭାବେ ସମ୍ମାନିତ କରାଯାଇଥିବା ବେଳେ , କଟକ ଚାଉଳିଆଗଞ୍ଜ ରେ ଆରମ୍ଭ ହୋଇଥିବା ରାମଲୀଳା ମହୋତ୍ସବ ରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବ ରେ ଓଡ଼ିଶା ର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ କାମେଶ୍ୱର ନାଟ୍ୟ ସଂଘ ଓ ସୁନାମଧନ୍ୟ ଲେଖକ ଓ ନାଟ୍ୟକାର ସ୍ୱର୍ଗତ ମାରୁତି ଶ୍ରୀ ରବିନ୍ଦ୍ର କୁମାର ସେଠି ଙ୍କ ପରିବାର ପକ୍ଷରୁ ଓ ମାରୁତି ମଣ୍ଡପ ର ବରିଷ୍ଠ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ସଭାପତି ମାରୁତି ଶ୍ରୀ କାଶିନାଥ ମଲିକ ଚଳିତ ବର୍ଷ ପାଇଁ ରାମଲୀଳା କ୍ଷେତ୍ରରେ ସୁ ସଫଳ ନିର୍ଦେଶକ ଭାବେ ଶ୍ରୀଯୁକ୍ତ ରଣଜୀତ ପ୍ରସାଦ ଜେନା ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି , ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସନ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ , ୪୨ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ମିନା ସାହୁ , ବିଶ୍ୱଜିତ ପଟେଲ , ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ରାମ ଭକ୍ତ ମାନେ ଉପସ୍ଥିତ ଥିଲେ ।।

ସନ୍ମାନିତ ଅତିଥି ମାନଙ୍କ ଗ୍ରହଣ ରେ ରଣଜୀତ ପ୍ରସାଦ ଜେନା

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ବାର୍ତ୍ତା

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ବାରଙ୍ଗ ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇବା ସହ ପ୍ରଭୁଙ୍କ ପାଦତଳେ ସମସ୍ତ ଙ୍କ ମଙ୍ଗଳ କାମନା କରୁଛୁ

ବାରଙ୍ଗ ଅଞ୍ଚଳର ଯୁବ ସମାଜସେବୀ ଲକ୍ଷ୍ମୀଧର ବାରିକ (କୁନା)

ଅପରାଜିତା କଣ କହିଲେ ଗଣମାଧ୍ୟମ ସମ୍ମୀଳନୀରେ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ.

ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସଦଙ୍କ କାର୍ଯ୍ୟାଳୟ ବନ୍ଦ କରଯାଇଥିଲା । ଗତକାଲି ଅଣ୍ଡା ଓ ଢେଲା ମାଡ଼ କରିଥିଲେ ବିଜେଡ଼ି କର୍ମୀ । ୱାର୍ଡ ନମ୍ବର 28ରେ ଆଚାର୍ଯ୍ୟ ବିହାର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସାଂସଦ । ଜଣଙ୍କ ଘରକୁ ନିମନ୍ତ୍ରଣ ଥିଲା । 45 ଜଣ ବରିଷ୍ଠ ନାଗରିକ ଥିଲେ । 20 ଜଣ ମହିଳା ଥିଲେ । ସେମାନେ ଭୟଭୀତ ଥିଲେ । 2 ଦିନ ହେଲା ଜଣେ ବରିଷ୍ଠ ବିଜେଡ଼ି ନେତା ଆୟୋଜକଙ୍କୁ 4 ଥର ଫୋନ କରି ଅପରାଜିତାଙ୍କୁ ନଡାକିବା ପାଇଁ କହିଥିଲେ । ପରିଷଦ ହଲରେ ବିଶୃଙ୍ଖଳା କରାଗଲା । ଯେଉଁ ସବୁ କାମ ଅଛି ଆମେ କରୁଛୁ ବୋଲି କହିଥିଲେ ବିଜେଡ଼ି ନେତା । ଆଚାର୍ଯ୍ୟ ବିହାର ପରିଷଦ ମାନେ ସାହସ ଦେଖାଇଲେ । କହିଲେ ସାଂସଦଙ୍କ ସହ ରହି ବିକାଶ ମୂଳକ କାମ କରିବେ । କବାଟ ଝରକା ବନ୍ଦ କରିବାକୁ ପଡ଼ିଲା । ହଙ୍ଗାମା କଲେ ବିଜେଡ଼ି କର୍ମୀ । 4 ଘଣ୍ଟା ଜଣଙ୍କ ଡ୍ରଇଂ ରୁମରେ ରହିଲେ ସାଂସଦ । 500ରୁ ଅଧିକ ଲୋକ ଏକାଠି ହୋଇଥିଲେ । ସମସ୍ତ ଫୋଟୋ ଉପଲବ୍ଧ ଅଛି । ଅନ୍ୟ ୱାର୍ଡର ଅନେକ ଲୋକଙ୍କୁ ଡକାଯାଇଥିଲା । ଗୋ ବ୍ୟାକ୍ ଓ ଡାଉନ ଡାଉନ ନାରା ଦିଆଯାଇଥିଲା । ଅଣ୍ଡା ଓ ଟେକା ମାଡ଼ କଲେ ବିଜେଡ଼ି କର୍ମୀ । ସାଂସଦ ରାତି 12 ଟାରେ ବାହାରି ପୋଲିସ ଏସକର୍ଟରେ ଫେରିଲେ । ସାଂସଦ ନିଜ କର୍ମୀଙ୍କୁ ସଞ୍ଜମତା ରକ୍ଷା କରିବା ପାଇଁ କହିଲେ । ଏହା ଏକ ସୁନିୟୋଜିତ ଆକ୍ରମଣ ଥିଲା । କୌଣସି ସ୍ଲୋଗାନ ଏଲପିଜି ଓ ତୈଳ ଦର ଵୃଦ୍ଧି କରିବାକୁ ନେଇ ହୋଇନଥିଲା । ଏହା ଦ୍ବିତୀୟ ଘଟଣା ।

  1. ଯଦି ସେହି ଟେକା ପଥର ଅନ୍ୟ ମହିଳା କିମ୍ବା ବରିଷ୍ଠ ନାଗରିକଙ୍କୁ ଲାଗିଥାନ୍ତା । କିଏ ଦାୟୀ ହୋଇଥାନ୍ତା । ରାଜ୍ୟ ସରକାର ହିଁ ଦାୟୀ ହୋଇଥାନ୍ତେ । ଲୋକଙ୍କୁ ଏତେ ଭୟବିତ କାହିଁକି କରାଗଲା । ଏହା ହୀନ ରାଜନୀତି ଓ ଅସହିଷ୍ଣୁତା । ବିରୋଧର ଗୋଟିଏ ପ୍ରକ୍ରିୟା ଓ ସାଳିନତା ଥାଏ ।
  2. ଏନସିଆରବି ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ମହିଳା ଅପରାଧରେ ଓଡିଶା ଦ୍ବିତୀୟ ସ୍ଥାନରେ ଅଛି । ସାଂସଦଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି ।
    ବିଜେଡ଼ି ପକ୍ଷରୁ ମହିଳା ମାନଙ୍କୁ ଯେଉଁ ଅତ୍ୟାଚାର ଓ ଦମନର ପ୍ରକ୍ରିୟା ଚାଲିଛି । ସେମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ମହିଳା ଅପରାଧରେ ପ୍ରଥମ କରିବାକୁ ଚାହୁଁଛନ୍ତି । ମୋର ଭୁଲ କଣ ? ଲୋକଙ୍କ କାମ କରିବା ଭୁଲ କି ? ବିଜେଡ଼ି ଏହା ଜବାବ ରଖୁ ।
  3. ଗତକାଲି ରାତିରେ ଆକ୍ରମଣକାରୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି । ଡିସିପି ଓ ସିପିଙ୍କ ସହ ଆଲୋଚନା ହୋଇଛି । ପ୍ରଦୀପ୍ତ ବଡ଼ଜେନା ଯୁବ ମୋର୍ଚ୍ଚାର ସଭାପତି, ତାଙ୍କ ଗୋଡ଼ରେ ଜଣେ ମହିଳା କାମୁଡ଼ି ଦେଇଛନ୍ତି । ସମସ୍ତ ଘଟଣାର ଭିଡିଓ ରେକଡ଼ିଂ ଅଛି । ବିଜେଡ଼ିର କେଉଁ ନେତା ଫୋନ କରିଥିଲେ । ତାହା ସାମ୍ନାକୁ ଆସିବା ଦରକାର । ସବୁ ଜିନିଷର ସୀମା ଥାଏ । ବିନମ୍ର ରହିବା ଦରକାର ।

22 ବର୍ଷର ସରକାର ରହିଲେ ଅହଙ୍କାର ଆସିଯାଏ । ଦୁର୍ଯ୍ୟୋଧନ ଓ ରାବଣ କଥା ମାନେ ପଡ଼ିଯାଉଛି । ଆମେ ନଇଁକି ଚାଲିବା କଥା, ବିଜେଡ଼ି କର୍ମୀ ଭୁଲି ଯାଉଛନ୍ତି । ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ଓଡିଶା ?
ଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟ ହେଉଛି ଓଡିଶା । ଆମେ ସମସ୍ତେ ତାଙ୍କ ପ୍ରତି ସମର୍ପିତ ଅଛୁ । ଏଭଳି ଗୁଣ୍ଡାଗର୍ଦି ଓ ଅରାଜକତା କାହାକୁ ଦରକାର ନାହିଁ । ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ଏବଂ ଜଣେ ମହିଳା ସାଂସଦ ହିସାବରେ ମୁଁ ସୁରକ୍ଷିତ ନୁହେଁ । ରାଜ୍ୟ ସରକାରଙ୍କ ଦାୟୀତ୍ୱ ସାଂସଦଙ୍କୁ ସୁରକ୍ଷା ଦେବା ।
ଗୋଟିଏ କଥା ସନ୍ଦେହ ହେଉଛି । ମୁଖ୍ୟମନ୍ତ୍ରୀ ଅରାଜକତା ପ୍ରତି ଅବଗତ ଅଛନ୍ତି ତ ? 2 କିମି ଦୂରରେ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ଘର । ଗତକାଲି ଘାଟନ ବିଷୟରେ ସେ ଅବଗତ ଅଛନ୍ତି ତ । ବୋଧେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁ କଥା ପହଞ୍ଚୁ ନାହିଁ । ଯଦି ଜାଣି ନାହାନ୍ତି ତେବେ ଏହା ସାଢେ 4 କୋଟି ଓଡିଶାବାସୀ ଓ 2 କୋଟି 50 ଲକ୍ଷ ମହିଳାଙ୍କ ପାଇଁ ଦୁର୍ଭାଗ୍ୟ ଜନକ ।
ସମସ୍ତ ଆକ୍ରମଣକାରୀଙ୍କ ଫୋଟୋ ଅଛି । ସେମାନଙ୍କୁ ଏତେ ଡର କାହିଁକି । ଯଦି କିଛି ଅଭିଯୋଗ ଅଛି ମତେ କୁହନ୍ତୁ ।
ରାଜ୍ୟ ସରକାରଙ୍କୁ ଅନୁରୋଧ, ମହିଳା ସାଂସଦଙ୍କୁ କାମ କରିବା ପାଇଁ ଦିଅନ୍ତୁ । ରାଜ୍ୟ ସରକାରଙ୍କ ଦାୟୀତ୍ୱ ନିର୍ବାଚିତ ପ୍ରତିନିଧିଙ୍କୁ ସୁରକ୍ଷା ଦେବା । ଆଜି ଠୁ ରାଜ୍ୟ ସାରା ବୁଲିବି । ରାଜ୍ୟ ସରକାର ସୁରକ୍ଷା ଦେବାକୁ ବାଧ୍ୟ । ମତେ ଉଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଇଛି ।
ପୋଲିସ ଓ ପ୍ରଶାସନ ଉପରେ ଭରସା ଅଛି । 24 ଘଣ୍ଟା ଭିତରେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏ ବିଷୟରେ ମୁଁ ପୁଣି ପୋଲିସ କମିଶନରଙ୍କୁ ପଚାରିବି ।
ଓଡିଶା ରାଜ୍ୟର ଇତିହାସରେ ଏଭଳି ଗୁଣ୍ଡାଗର୍ଦି ହୋଇନଥିଲା । ସମସ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ।
29 ନଭେମ୍ବରରେ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଓଡିଶାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବେ ଅପରାଜିତା । ଗତକାଲିର ଆକ୍ରମଣ ପରେ ବି ମୁଁ ଭୟବିତ ନୁହେଁ । ଆଗକୁ ଆହୁରି ବିକାଶମୂଳକ କାମ ହେବ ଏବଂ ଦୃତଗତିରେ ହେବ ।

୧୬୦୦ ଅସହାୟ ଙ୍କୁ ସହାୟ ହେଲା ଅକ୍ଷୟ ଫାଉଣ୍ଡେସନ

ଭୁବନେଶ୍ୱର : ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମ ୱାର୍ଡ ନମ୍ବର ୧୪ର ସୀତାନାଥ ବସ୍ତି, ଇଶାଣେଶ୍ୱର ବସ୍ତି, ହରେକୃଷ୍ଣ ନଗର ବସ୍ତି, ଆଦର୍ଶ ବସ୍ତି ଓ ସୋମନାଥ ବସ୍ତିରେ କରୋନା ସମୟରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ପ୍ରାୟ ୧୬୦୦ ଗରିବ ପରିବାରଙ୍କୁ ଅକ୍ଷୟ ପାତ୍ର ଫାଉଂଡେସନ ଦ୍ୱାରା ମାନ୍ୟବର ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର ତତ୍ବାବଧାନରେ ଲଗାତାର ୪ ଦିନ ଧରି ଶୁଖୁଲା ଖାଦ୍ୟ ବଣ୍ଟନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସ୍ଥାନୀୟ କର୍ପୋରେଟର ଦେବୀପ୍ରସାଦ ମଲ୍ଲିକ, ଯୁବନେତା କାଳିଚରଣ ସିଂ, ମନୋରଞ୍ଜନ ଦାସ, ସଦାଶିବ ଦଳେଇ, ଧନେଶ୍ୱର ବାରିକ, ଅନୁକୂଳ ଚନ୍ଦ୍ର ସାହୁ ଓ ମିଲୀ ରଣା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି । କରୋନା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାନ୍ୟବର ବିଧାୟକଙ୍କର ଏଭଳି ଜନହିତକର କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରୁଛନ୍ତି ।

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର କୃତି ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ଦେବି ରଞ୍ଜନ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର କୃତି ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ବାଙ୍କୀ ଯୁବ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବି ରଞ୍ଜନ ତ୍ରିପାଠୀ , ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପାର୍ଥନା କରିଛନ୍ତି ।

କେନ୍ଦ୍ରାପଡା ସାମ୍ବାଦିକ ଙ୍କୁ ଆକ୍ରମଣ ନେଇ ବଡ଼ଚଣା ସାମ୍ବାଦିକ ସଂଘ ପକ୍ଷରୁ ଦର୍ପଣ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ବଡ଼ଚଣା (୨୮ / ୭ / ୨୦୨୧ ) କେନ୍ଦ୍ରାପଡ଼ାର ଜନୈକ ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦରେ ତୁରନ୍ତ ଆକ୍ରମଣକାରୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଅସୁରକ୍ଷିତ ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଆଜି ପୂର୍ବାହ୍ନ ରେ ବଡ଼ଚଣା ସାମ୍ବାଦିକ ସଙ୍ଘ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦର୍ପଣ ତହସିଲଦାରଙ୍କୁ ପ୍ରଦାନ କରିଛି ।

ଦାବିପତ୍ର ପ୍ରଦାନ ର ଛବି

ଏହି ପରିପ୍ରେକ୍ଷୀରେ ସଙ୍ଘର ସମସ୍ତ କର୍ମକର୍ତ୍ତା ମାନେ ସ୍ଥାନୀୟ ଚଣ୍ଡିଖୋଲ ଠାରେ ଥିବା ବୁଦ୍ଧମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରି ଏକ ରାଲି ବାହାରି ଦର୍ପଣ ତହସିଲ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା । ବାଲିଚନ୍ଦ୍ରପୁର, ଛତିଆ, ବାଲିକୁଦା, ଚଣ୍ଡିଖୋଲ ଅଞ୍ଚଳର ସମସ୍ତ ସାମ୍ବାଦିକ ସମର୍ଥନ ଜଣାଇ କାର୍ଯକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମହେଶ୍ଵର ବଳ , ପ୍ରଦୀପ୍ତ କୁମାର ପୃଷ୍ଟି ,ସାମ୍ବାଦିକ ଭକ୍ତ ଚରଣ ସାହୁ, ପ୍ରମୋଦ କୁମାର ଜେନା, କୃଷ୍ଣ ଚନ୍ଦ୍ର ସାହୁ ସମେତ ବହୁ ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇ ସାମ୍ବାଦିକ ଆକ୍ରମଣ ଘଟଣାର ଦୃଢ ନିନ୍ଦା କରିଥିଲେ ।

ଉଚ୍ଚ ପଦାଧିକାରୀ ଙ୍କ ସହ ଆଲୋଚନା